ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ଗ୍ରାହକ ଯୋଡିପାରିବ ନାହିଁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଜାରି କରିପାରିବନି କ୍ରେଡିଟ୍ କାର୍ଡ

ନୂଆଦିଲ୍ଲୀ: ପେଟିଏମ ପରେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆଉ ନୂଆ ଗ୍ରାହକ ଯୋଡିପାରିବ ନାହିଁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ । ଅନଲାଇନ ପ୍ଲାଟଫର୍ମ ଏବଂ ମୋବାଇଲ୍‌ ଆପ୍‌ ଜରିଆରେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ । ସେହିଭଳି ନୂଆ କ୍ରେଡିଟ୍‌ କାର୍ଡ ମଧ୍ୟ ଜାରି କରିପାରିବ ନାହିଁ ଏହି ବ୍ୟାଙ୍କ । କିନ୍ତୁ ପୁରୁଣା ଗ୍ରାହକଙ୍କୁ ପୂର୍ବ ଭଳି ସବୁ ସେବା ଯୋଗାଇଦେବ ବୋଲି ସୂଚନା ଦେଇଛି ଆରବିଆଇ । 

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ  ୨୦୨୨ ଏବଂ ୨୦୨୩ରେ କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଆଇଟି ଯାଞ୍ଚ  ହୋଇଥିଲା । ଏହା ପରେ ବ୍ୟାଙ୍କ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ବହୁତ ପଛରେ ଥିବା କଥା ଜଣାପଡ଼ିଥିଲା । ହେଲେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ଏସବୁ ଅନିମିତତା ସଂପର୍କରେ ତଥ୍ୟ ଦେବା ସହ ନିରାକରଣ ପାଇଁ କୌଣସି ପଦକ୍ଷେପ ନେଇପାରିଲା ନାହିଁ । କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଆଇଟି ଇନଫ୍ରାଷ୍ଟ୍ରକଚର ଏବଂ ଆଇଟି ରିସ୍କ ମ୍ୟାନେଜମେଣ୍ଟର ଅଭାବ ଯୋଗୁ ଗତ ୨ ବର୍ଷ ମଧ୍ୟରେ ଲଗାତାର ଅନଲାଇନ୍‌ ଏବଂ ଡିଜିଟାଲ ବ୍ୟାଙ୍କିଂ କ୍ଷେତ୍ରରେ ବିଫଳ ରହିଆସିଛି । 

ଏପରିକି ଚଳିତବର୍ଷ ଏପ୍ରିଲ ୧୫ ତାରିଖରେ ବ୍ୟାଙ୍କର ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ କାର୍ଯ୍ୟ ଠପ୍‌ ପଡ଼ିଯାଇଥିଲା ।ଏଥିଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ଆରବିଆଇ ଅନୁସାରେ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ନିଜର ଅଗ୍ରଗତି ସହିତ ତାଳ ଦେଇ ନିଜର ଆଇଟି ସିଷ୍ଟମକୁ ବଢ଼ାଇବାରେ ଅସମର୍ଥ ହୋଇଛି । ଗତ ୨ ବର୍ଷ ହେଲା ଆରବିଆଇ, ବ୍ୟାଙ୍କର ଆଇଟି ସିଷ୍ଟମ ଦୃଢ଼ କରିବା ଲାଗି ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିଆସିଛି । କିନ୍ତୁ ଫଳ ସନ୍ତୋଷଜନକ ନହେବା କାରଣରୁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଆରବିଆଇ ।

ସେପଟେ ଆରବିଆଇର ତଥ୍ୟ ଅନୁସା‌ରେ, ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ବ୍ୟାଙ୍କ ଅଗ୍ରଗତି କରିଛି । ଏଥିରେ କ୍ରେଡିଟ୍‌ କାର୍ଡ ସମ୍ପର୍କିତ ଦେଣନେଣ ମଧ୍ୟ ସାମିଲ । ଏହା ଦ୍ବାରା ଆଇଟି ସିଷ୍ଟମ ଉପରେ ଚାପ ଅଧିକ ବଢ଼ିଛି । ଗୋଟିଏ ପଟେ ବ୍ୟାଙ୍କ ଆଇଟି ସିଷ୍ଟମ ଷ୍ଟ୍ରଙ୍ଗ ନଥିବା ବେଳେ ଦେଣନେଣ ବୃଦ୍ଧି ପାଇବା ଫଳରେ ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ଆଉ ଏଥିପାଇଁ ଗ୍ରାହକଙ୍କ ହିତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛି ଆରବିଆଇ ।

 

  • bank
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.