ନୂଆଦିଲ୍ଲୀ, ୦୪/୧୧ : ପାକିସ୍ତାନ ଏୟାର ବେସ୍ରେ ଆତଙ୍କୀ ହମ୍ଲା। ପଞ୍ଜାବ ନିକଟବର୍ତ୍ତୀ ମିୟାଁବାଲୀ ସ୍ଥିତ ପାକିସ୍ତାନର ବାୟୁ ସେନା ଆଡ୍ଡାରେ ୬ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପାକିସ୍ତାନୀ ସେନା ଏହାର ଜବାବ ଦେଉଛି। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏହାର ଭିଡିଓ ସାମ୍ନାକୁ ଆସିଛି। ଏହି ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଥିବା ବେଳେ ଆତଙ୍କବାଦୀମାନେ ୩ଟି ବିମାନ ଜାଳି ଦେଇଛନ୍ତି। ତହରିକ-ଏ-ଜିହାଦ ନାମକ ଏକ ସଙ୍ଗଠନ ଆକ୍ରମଣ କରିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଶନିବାର ସକାଳେ ମିୟାଁବାଲୀ ସ୍ଥିତ ପାକିସ୍ତାନର ଏୟାର ବେସରେ ଆତ୍ମଘାତୀ ଆକ୍ରମଣ ହୋଇଛି। ପାକିସ୍ତାନ ସେନା ଏହାର ଜବାବ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆତଙ୍କୀମାନେ ୩ଟି ବିମାନ ଜାଳି ଦେଇଛନ୍ତି। ଅନ୍ୟ ୩ ଆତଙ୍କୀ ଧରାପଡ଼ିଛନ୍ତି। ତହରିକ-ଏ-ଜିହାଦ ନାମକ ଏକ ସଙ୍ଗଠନ ଆକ୍ରମଣ କରିଥିବା ସୂଚନା ମିଳିଛି। ଏୟାର ବେସ୍ରେ ଥିବା ଏକ ଟ୍ୟାଙ୍କ ନଷ୍ଟ କରିଦେଇଥିବା ଆତଙ୍କବାଦୀ ସଙ୍ଗଠନ ଦାବି କରିଛି।
ଏହାପୂର୍ବରୁ ଶୁକ୍ରବାର ସୁରକ୍ଷା ବାହିନୀ ଯାଉଥିବା ଦୁଇଟି ଗାଡି ଉପରେ ଆତ୍ମଘାତୀ ହମ୍ଲା ହୋଇଥିଲା। ଏଥିରେ ୧୪ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ।