ନୀଳଗିରି,୨୭/୫: ବିଜେଡି ତରଫରୁ ଏକ ବିଶାଳ ରୋଡ଼ ସୋ’ ବାଲେଶ୍ଵର ଜିଲ୍ଲା ନୀଳଗିରି ଠାରେ ଅନୁଷ୍ଠିତ ହୋଇଛି।ଏଥିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲା।ଏଥିରେ ବାଲେଶ୍ଵର ବିଜେଡି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ କୁମାର ନାୟକ ଯୋଗଦେଇ ଥିଲେ।
ନୀଳଗିରି ସୀମାନ୍ତ ଆମ୍ବୁଡିହା ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ନୀଳଗିରି ସହର ଦେଇ ଈଶ୍ୱରପୁର ପର୍ଯ୍ୟନ୍ତ ଯାଇଥିଲା।ସେଠାରେ ଏକ ନିର୍ବାଚନ ସଭାରେ ସେ ନୀଳଗିରିବାସୀଙ୍କୁ ସମ୍ବୋଧିତ କରି ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।