ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଲେପୁର ରାଜନୈତିକ ହିଂସା ଘଟଣାରେ ବିଜେପି-ବିଜେଡି ମୁହାଁମୁହିଁ, ବିଜେପି ଥାନା ଘେରାଉ କରିବାର ଗୋଟିଏ ଦିନପରେ ବିଜେଡିର ଥାନା ଘେରାଉ

ସାଲେପୁର, ୦୮/୦୬ : ମାଳଶାସନ ପଞ୍ଚାୟତରେ ଭୋଟିଂ ସମୟରେ ହୋଇଥିବା ରାଜନୈତିକ ହିଂସା କାଣ୍ଡକୁ ନେଇ ଏବେ ସାଲେପୁର ବିଜେପି ଓ ବିଜେଡି ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ମାଳଶାସନ ପଞ୍ଚାୟତରେ ହୋଇଥିବା ଗଣ୍ଡଗୋଳର ମୁଖ୍ୟ ନାୟକ ବିଜେଡି ନେତା ରମେଶ ଜେନାଙ୍କୁ ପୁଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଗତକାଲି ସାଲେପୁର ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଥାନା ଘେରାଉ କରିଥିଲେ। ଆଜି ସମାନ ଢ଼ଙ୍ଗରେ ବିଜେଡି ପକ୍ଷରୁ ମଧ୍ୟ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ବିଜେଡ଼ି କର୍ମୀ ଥାନା ଘେରାଉ କରିଛନ୍ତି।

ଭୋଟିଂ ଦିନ ବାହାର ଅଞ୍ଚଳର ବିଜେପି ଦଳର କର୍ମୀମାନେ ଗଣ୍ଡଗୋଳ କରିବା ଉଦ୍ଦେଶ୍ୟରେ ମାଳଶାସନ ପଞ୍ଚାୟତରେ ହେଇଥିବା ଭୋଟଗ୍ରହଣ କେନ୍ଦ୍ରରେ ପସି ଭୋଟ ଦେବାକୁ ଆସିଥିବା ମହିଳା ଓ ପୁରୁଷମାନଙ୍କୁ ଗାଳିଗୁଲଜ କରିବାରୁ ଗଣ୍ଡଗୋଳ ହେଇଥିଲା। ଏଥିରେ ବାହାର ଅଞ୍ଚଳରୁ ଆସିଥିବା ବିଜେପି କର୍ମୀମାନେ ଆହାତ ହୋଇଥିଲେ। ବିଜେପି ରାଜନୈତିକ ଫାଇଦା ନେବା ପାଇଁ ଅଯଥାରେ ବିଧାୟକଙ୍କୁ ବଦନାମ କରିବା ସହ ମିଥ୍ୟା ଅଭିଯୋଗରେ ସାଲେପୁର ପୁଲିସ ଗିରଫ କରୁଥିବାର ବହୁ ବିଜେଡ଼ି ନେତାମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଜେଡି କର୍ମୀମାନଙ୍କ ନାମରେ ହୋଇଥିବା ମିଥ୍ୟା ମକୋଦ୍ଦମାକୁ ପ୍ରତ୍ୟାହାର କରିବାକୁ ଏକ ଦାବିପତ୍ର ପୁଲିସ ପ୍ରଶାସନକୁ ପ୍ରଦାନ କରିବା ସହ ସାଲେପୁର ଥାନାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.