ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲ୍ଲିକୋଟରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାଜିମାତ୍

ଭୁବନେଶ୍ବର, ୪/୬ :  ଖଲ୍ଲିକୋଟରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାଜିମାତ୍ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୂର୍ଯ୍ୟମଣୀ ବୈଦ୍ୟଙ୍କଠାରୁ ସେ ୨୨୯୩୦ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମୋଟ୍ ୮୦୦୦୬ଖଣ୍ଡ ଭୋଟ ମିଳିଥିବାବେଳେ ସୂର୍ଯ୍ୟମଣୀଙ୍କୁ ମିଳିଛି ୫୭୦୭୬ଖଣ୍ଡ ଭୋଟ୍ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରାଙ୍କୁ ମିଳିଛି ମୋଟ୍ ୭୮୧୮ଖଣ୍ଡ ଭୋଟ୍ । 

ବିଜେଡିର ଗଡ଼ ଭାବେ ଏକଦା ପରିଚିତ ଥିବା ଖଲ୍ଲିକୋଟକୁ ହାତେଇଛି ବିଜେପି । ୨୦୧୯ରେ ବିଜେଡିର ବିଧାୟକ ଭାବେ ସୂର୍ଯ୍ୟମଣୀ ବୈଦ ଥିଲେ । ଚଳିତ ବର୍ଷ ଦଳ ତାଙ୍କ ଉପରେ ଭରସା କରିଥିଲା । କିନ୍ତୁ ପୂର୍ଣ୍ଣଚନ୍ଦ୍ର ବାଜିମାତ୍ କରିଛନ୍ତି । ସୂଚନା ଯୋଗ୍ୟ, ଚଳିତ ବର୍ଷରେ ନିର୍ବାଚନୀ ହିଂସା ଦେଖାଦେଇଥିଲା । ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.