ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

Image Courtesy: abplive

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶକ୍ତି ବିରୁଦ୍ଧରେ ଲଢ଼େଇ ମନ୍ତବ୍ୟକୁ ନେଇ ବୁଧବାର ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ବିଜେପି ।  ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି । କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ହରଦୀପ ସିଂହ ପୁରୀ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିବା ପରେ କହିଛନ୍ତି ଯେ, ‘ମୁଁ ରାହୁଲ ଗାନ୍ଧୀଙ୍କ ବୟାନ ପଢ଼ିଛି । ଆପଣ ହିନ୍ଦୁଙ୍କ ଭାବନାଙ୍କୁ ଆଘାତ ଦେଇଛନ୍ତି । ଏମିତି କହିବା ଲଜ୍ଜାଜନକ ।’ 

ହରଦୀପ ପୁରୀ ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ହିନ୍ଦୁ ସଂପ୍ରଦାୟଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରିଛନ୍ତି । ଏହା ସହ ସେ ଇଭିଏମ ବିରୋଧରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇ କେତେକ ଧାର୍ମିକ ସମୁଦାୟଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି । ଏହା ଦ୍ବାରା ଦେଶର ଶାନ୍ତିପୂର୍ଣ୍ଣ ପରିବେଶ ଭଙ୍ଗ ହୋଇପାରେ ବୋଲି ସେ ଲେଖିଛନ୍ତି । 

ସୂଚନାଯୋଗ୍ୟ, ଭାରତ ଯୋଡୋ ନ୍ୟାୟ ଯାତ୍ରା ସମାପନ ଅବସରରେ ମୁମ୍ବାଇର ଶିବାଜୀ ପାର୍ମାରେ ଏକ ରାଲିରେ ରାହୁଲ କହିଥିଲେ ଯେ, ‘ହିନ୍ଦୁ ଧର୍ମରେ ଶକ୍ତି ଶବ୍ଦ ରହିଛି । ଆମେ ଶକ୍ତି ବିରୁଦ୍ଧରେ ଲଢ଼େଇ କରୁଛୁ । ଗୋଟିଏ ଶକ୍ତି ସହ ଲଢ଼ୁଛୁ । ଏବେ ପ୍ରଶ୍ନ ଉଠୁଛି ସେହି ଶକ୍ତି କଣ ? କେହି ଜଣେ କହିଲେ ରାଜାଙ୍କ ଆତ୍ମା ଇଭିଏମରେ ରହିଛି । ଏହା ସତ୍ୟ ଯେ, ରାଜାଙ୍କ ଆତ୍ମା ଇଭିଏମରେ ରହିଛି । ହିନ୍ଦୁସ୍ତାନର ସବୁ ସଂସ୍ଥାରେ ରହିଛି, ଇଡିରେ ଅଛି, ସିବିଆଇରେ ଅଛି ଏବଂ ଆୟକର ବିଭାଗରେ ବି ରହିଛି । ’

 

  • BJP
  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.