ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନୀ ହିଂସା: ମୁଖ୍ୟ ଅଭିଯୁକ୍ତ ଗିରଫ ଦାବିରେ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଧାରଣା

ସାଲେପୁର, ୭।୬: ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଧାରଣା । ସାଲେପୁର ବ୍ଲକ ଅନ୍ତର୍ଗତ ମାଳଶାସନ ପଞ୍ଚାୟତରେ ଭୋଟଗ୍ରହଣ କେନ୍ଦ୍ର ନିକଟରେ ଗତ ୧ ତାରିଖ ଦିନ ବିଜେଡି ନେତା ତଥା ପୂର୍ବତନ ସାଲେପୁର ବ୍ଲକ ଉପାଧ୍ୟକ୍ଷ ରମେଶ ଜେନାଙ୍କ ଇଙ୍ଗିତରେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ନିର୍ବାଚନ ଏଜେଣ୍ଟ ସଂଜୟ ରାଉତ ଓ ଅନ୍ୟଜଣେ ବିଜେପି କର୍ମୀକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏନେଇ ବିଜେପି ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିନାହିଁ । 

ଏହାର ପ୍ରତିବାଦରେ ଶନିବାର ବିଜେପି ନେତା ଅରିନ୍ଦମ ରାୟ, ହିମାଂଶୁ ମହାନ୍ତି ଓ ଯୁବନେତା ରଶ୍ମି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ସତାଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ସାହେଶ୍ୱରୀ ମନ୍ଦିର ପରିସରରୁ ବାହାରି ସାଲେପୁର ବଜାର ପରିକ୍ରମା କରି ସାଲେପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରପଯେ ଏହି ନିର୍ବାଚନୀ ହିଂସା କାଣ୍ଡ ଘଟଣାରେ ସାଲେପୁର ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.