ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଉଠା ଜଳଖିଆ ଦୋକାନୀଙ୍କ ପାଇଁ ବିଏମ୍‌ସିର ଗାଇଡ୍‌ଲାଇନ୍, ପ୍ଲାଷ୍ଟିକ ଚା' କପ ବ୍ୟବହାର ମନା

ଭୁବନେଶ୍ୱର,୧୩/୯: ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମ୍‌ସି କଡା ନିୟମ ଆଣିଛି । ଏଣିକି ଏକକ ବ୍ୟବହାର ପ୍ଳାଷ୍ଟିକ ଗିନା  ଓ ଥାଳି ବ୍ୟବହାର କରିବା ଉପରେ ବାରଣ କରାଯାଇଛି । ବିଏମ୍‌ସି ନିର୍ଦ୍ଦେଶନାମାରେ  କହିଛି ଯେ, ଖାଦ୍ୟ ପରସିବା ବେଳେ ସ୍କାର୍ପ, ଟୋରି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗରାଖଙ୍କୁ ଖାଦ୍ୟ ଦେବା ବେଳେ ପ୍ଲାଷ୍କିକ ପରିବର୍ତ୍ତେ ଷ୍ଟିଲ ପ୍ଲେଟ ବ୍ୟବହାର କରିବାକୁ  କୁହାଯାଇଛି ଏବଂ ଏହା ଉପରେ ଅଏଲ୍‌ ପେପର ପକାଇବାକୁ କୁହାଯାଇଛି । ସେହିପରି  ଏକ୍ସପାରୀ ହୋଇଥିବା ଖାଦ୍ୟ ଆଦୌ ନ  ଦେବାକୁ କୁହାଯାଇଛି । ସେହିପରି ଦୁଇଟି  ଡଷ୍ଟବିନ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଯେଉଁ  ମାନେ ଚା ଦୋକାନ କରିଛନ୍ତି, ସେମାନେ ଏକକ  ବ୍ୟବହାର ପ୍ଲାଷ୍ଟିକ ଚା କପ୍‌ ବ୍ୟବହାର କରିବା  ଉପରେ ରୋକ ଲଗାଯାଇଛି । ସେହିପରି  ବିଏମ୍‌ସି ସଫେଇ ଗାଡିରେ ନିୟମିତ ଅଳିଆ  ଦେବାକୁ କୁହାଯାଇଛି । ଏହି ନିୟମର ଖିଲାପ  କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ବିଏମ୍‌ସି କମିଶନର କହିଛନ୍ତି । ସେହିପରି  ନିୟମରେ ଉଲ୍ଲେଖ ରହିଛି ଯେ ଉଠାଦୋକାନୀ  ଏଣେତେଣେ ନ ବୁଲି ଗୋଟିଏ ଜାଗାରେ  ଖାଦ୍ୟ ବିକ୍ରି କରିବେ । ଏଣେତେଣେ ବୁଲିବା  ଦ୍ୱାରା ଭିଡ ବଢିବା ସହ ପାର୍କିଂ ଅସୁବିଧା  ଉପୁଜୁଛି । ଏହି ସବୁ ନିୟମ ନ ମାନିଲେ  କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.