ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୋମବାର ଠାରୁ ନିଖୋଜ ଥିଲେ ଦୁଇ ସାଙ୍ଗ, ବ୍ଲୁ ଲେକ୍‌ରୁ ଉଦ୍ଧାର ହେଲା ଜଣଙ୍କ ମୃତଦେହ

ନୀଳଗିରି, ୦୯/୦୨ : ସୋମବାର ଠାରୁ ନିଖୋଜ ଥିଲେ ଦୁଇ ସାଙ୍ଗ। ଆଜି ଜଣଙ୍କର ମିଳିଲା ମୃତଦେହ। ଅନ୍ୟ ଜଣେ ଏବେବି ନିଖୋଜ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ନୀଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ପଞ୍ଚାୟତର ସନ୍ତୋଷ ରାଉତର ପୁଅ ଭବାନୀ ସୋମବାର ଅପରାହ୍ନରେ ସାଙ୍ଗ ମନୋରଞ୍ଜନ ମହାପାତ୍ର ସାଙ୍ଗରେ କୁଆଡେ ଯାଇ ଆଉ ଫେରିନଥିଲେ। ସେପଟେ ଘରକୁ ଫେରିବାର ବିଳମ୍ବ ହେଉଥିବାରୁ ଉଭୟ ପରିବାର ଲୋକେ ଦୁଇ ଜଣଙ୍କୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ପରଦିନ ସକାଳେ ମିତ୍ରପୁର ଅଞ୍ଚଳରେ ଥିବା ବ୍ଲୁ ଲେକ ନିକଟରେ ତାଙ୍କର ହିରୋହୋଣ୍ଡା ବାଇକ୍ ଥୁଆହୋଇଥିବା ବେଳେ ପାଖରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା। ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା।

ବାଇକର ପ୍ଲକରୁ ତାର ଖୋଲା ଯାଇଥିବା ବେଳେ ଏକ ସ୍ଥାନରେ ପଥର ରକ୍ତ ପଡିଥିବା ଦେଖାଯାଇଥିଲା। ନୀଳଗିରି ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ଗୋପାଳ କର୍ଣ୍ଣ ପହଁଚି ତଦନ୍ତ କରିବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ବ୍ଲୁ ଲେକ୍‌ରେ ଯାଞ୍ଚ୍ କରିଥିଲେ। ଚାରିଦିନ ପରେ ଆଜି ସକାଳେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଦୁଇ ଯୁବକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିବା ବେଳେ ପ୍ରଶାସନିକ ସ୍ତରରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଦାବି ହୋଇଥିଲା। ତେବେ ଏହି ଘଟଣାରେ ତିନିଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.