ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋଲେରୋ ଗାଡ଼ି ଧକ୍କାରେ ଓଲଟିଲା ଫଳ ବୋଝେଇ ଡାଲା ଅଟୋ, ଚାଳକ ଗୁରୁତର

ଖଲ୍ଲିକୋଟ, ୧୧/୪ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଡିମିରିଆ ଛକ ନିକଟରେ ଆଜି ସକାଳ ସାଢ଼େ ୯ ଟା ସମୟରେ ଏକ ବୋଲେରୋ ଗାଡ଼ି ଧକ୍କାରେ ଗୋଟିଏ ଫଳ ବୋଝେଇ ଡାଲା ଅଟୋ ଓଲଟି ପଡ଼ିଥିବାବେଳେ ଅଟୋ ଚାଳକ ଗୁରୁତର ହୋଇଛନ୍ତି । 

ସୂଚନା ଅନୁଯାୟୀ,ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବୋଲେରୋ ଗାଡ଼ି ନମ୍ବର ଓଡି ୦୨ ସିକେ ୨୨୭୬ହଠାତ ଡିମିରିଆ ଛକ ନିକଟରେ ଏକ ଫଳ ବୋଝେଇ ଡାଲା ଅଟୋ ନମ୍ବର ଓଡି ୦୭ ଏଚ୍ ୨୦୬୯ପଛକୁ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡ଼ିଥିଲା । ଫଳରେ ଅଟୋ ଚାଳକ ଗୁରୁତର ହୋଇଥିଲେ ଏବଂ ଚାରିଆଡେ ଫଳ ଗୁଡିକ ବିଛାଡି ହୋଇ ପଡିଥିଲା।ଖବରପାଇ ହାଇୱେ ପାଟ୍ରୋଲିଂ ଏସଆଇ ସିମାଞ୍ଚଳ ସାହୁ ଓ ଡ୍ରାଇଭର ଲିଙ୍ଗରାଜ ବେହେରା ଦୁର୍ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ିକୁ ଜବତ କରି ଖଲ୍ଲିକୋଟ ଥାନା ପୋଲିସକୁ ହସ୍ତାନ୍ତର କରିବା ସହ ଗୁରୁତର ଆହତ ଅଟୋ ଚାଳକକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ  ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ପୋଲିସ ବୋଲେରୋ ଗାଡ଼ିଟିକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.