ପ୍ରମୁଖ ଖବର
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ମସ୍ତିସ୍କ ଫୁଲିବାର କାରଣ ନକଲି ଓଆର୍‌ଏସ୍, ଆସନ୍ତୁ ଜାଣିବା ଚିହ୍ନିବାର ସହଜ ଉପାୟ...

ଭୁବନେଶ୍ୱର ୨୦/୦୫: ଯଦିଆପଣ ଅସଲି ଯାଗାରେ ପିଉଛନ୍ତି ନକଲି ଓଆର୍ ଏସ୍, ତାହେଲେ ଲାଭ ଯାଗାରେ କେବଳ କ୍ଷତି ହିଁ ହେବ। ଖାସ୍ କରି ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ। ମାର୍କେଟ୍ ରେ ଏବେ ଅନେକ ନକଲି ଖାଦ୍ୟ ଏବଂ ଡ୍ରିଙ୍କ୍ସ୍ ବିକ୍ରି ହେଉଛି। ଏହାକୁ ଖୋଲା ଆଖିରେ ଚିହ୍ନିବା କଷ୍ଟକର । ଅଜାଣତରେ ଆମେ ଏଗୁଡିକୁ କିଣୁଛୁ ଏହଂ ସେବନ ମଧ୍ୟ କରୁଛୁ। ଏଗୁଡିକ ମଧ୍ୟରୁ କିଛି ଜିନିଷରେ ଏତେ ମାତ୍ରାରେ ଅପମିଶ୍ରଣ ହେଉଛି , ଯାହାକୁ ଗ୍ରହଣ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ବର୍ତ୍ତମାନ ମାର୍କେଟକୁ ନକଲି ଓଆର୍‌ଏସ୍ ବିକ୍ରିର ବିଷୟ ସାମ୍ନାକୁ ଆସିଛି। 

କଣ ପାଇଁ ଓଆର୍‌ଏସ୍ ପିଇବାକୁ ଦିଆଯାଇଥାଏ ଉପଦେଶ :

ଡାକ୍ତରମାନେ ମଧ୍ୟ ଡାଇରିଆ, ବାନ୍ତି, ତରଳ ଝାଡା, ବେହୋସ୍ ଇତ୍ୟାଦି ହେଲେ ଓଆର୍‌ଏସ୍ ପିଇବାକୁ ଉପଦେଶ ଦେଇଥାନ୍ତି। ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ୍‌କୁ ସନ୍ତୁଳନ କରି ରଖିବାର କାମ କରିଥାଏ। ଏପରି ସମୟରେ ଯଦି ଆପଣ ଅସଲି ଯାଗାରେ ନକଲି ଓଆର୍‌ଏସ୍ ସେବନ କରୁଛନ୍ତି, ତେବେ ଶରୀର ରୋଗମୁକ୍ତ ହେବା ବଦଳରେ ଅଧିକରୁ ଅଧିକ ରୋଗାକ୍ରାନ୍ତ ହେଇଯିବ। ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ। 

ନକଲି ଓଆର୍‌ଏସ୍ ପିଇବାଦ୍ୱାରା ହୋଇପାରେ ଗମ୍ଭୀର ଅସୁବିଧା:

ଏକ ରିପୋର୍ଟ ଅନୁଯାୟୀ, ନକଲି ଓଆର୍‌ଏସ୍‌ରେ ଅଧିକ ମାତ୍ରାରେ ଶର୍କରା ଥାଏ। ଯଦି ଆପଣଙ୍କୁ ଡାଇରିଆ ହୋଇଛି ,ତେବେ ଏଭଳି ସ୍ଥିତିରେ ଏହାକୁ ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ପାରେ। ଏଥିସହିତ ଆପଣ ଡିହାଇଡ୍ରେସନର ଶିକାର ମଧ୍ୟ ହୋଇପାରନ୍ତି। ନକଲି ଓଆର୍‌ଏସ୍ ରେ ସୋଡିୟମ୍ ର ମାତ୍ରା ମଧ୍ୟ କମ୍ ରହିଥାଏ। ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ ର ସନ୍ତୁଳନକୁ ଭଙ୍ଗ କରିଥାଏ। ଏପରି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଫୁଲି ଯାଇପାରେ। ଏହାଛଡା ଆପଣଙ୍କୁ ଆହୁରି ଅନେକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। 

କିପରି ଚିହ୍ନିବା ନକଲି ନକଲି ଓଆର୍ ଏସ୍:  

ଆପଣଙ୍କୁ ନକଲି ଓଆର୍‌ଏସ୍ ପ୍ୟାକେଟ୍‌ରେ FSSAI ର ସାର୍ଟିଫିକେଟ୍ ମିଳିପାରେ।  ଏଥିରେ ଏହି ସାମଗ୍ରୀର ଶ୍ରେଣୀରେ ମାର୍କ ଥିବ। ତେବେ ଅସଲି ଓଆର୍‌ଏସ୍ ପ୍ୟାକେଟ୍‌ରେ WHO ଆଧାରିତ ଫର୍ମୁଲା ଲେଖାଥିବ। ପ୍ରକୃତରେ ଓଆର୍‌ଏସ୍ ଓୌଷଧ ଶ୍ରେଣୀରେ ଆସିଥାଏ ଏବଂ କଡା ଗାଇଡ୍ଲାଇନସ୍‌ରେ ପ୍ରସ୍ତୁତ କରାଯାଇଥାଏ। ଏହାର ଗୁଣବତ୍ତା ବଜାୟ ରଖିବାକୁ ଶୁନିଶ୍ଚିତ କରାଯାଏ। ଆପଣ ଏହାକୁ କଣିବା ପୂର୍ବରୁ ପ୍ୟାକେଜିଂରେ ଲେଖାଥିବା ନିର୍ଦେଶ, ପ୍ରସ୍ତୁତିରେ ବ୍ୟବହାର ହୋଇଥିବା ସାମଗ୍ରୀ ଏବଂ ନିୟାମକ ଚିହ୍ନକୁ ନିଶ୍ଚୟ ଦେଖନ୍ତୁ। ଅସଲି ଓଆର୍‌ଏସ୍ ପ୍ୟାକେଟ୍‌ରେ କ୍ୱାଲିଟିକୁ ଦର୍ଶାଇବାପାଇଁ ଉଚିତ୍ ଚିହ୍ନ ଦିଆଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.