ସମ୍ବଲପୁର,୧୭/୦୭: ଜେଏସଡବ୍ଲୁ ଭୂଷଣ ଟାଉନସିପରେ ସମ୍ପନ୍ନ ହେଲା ବାହୁଡା ଯାତ୍ରା । ମଙ୍ଗଳବାର ରାତି ପ୍ରାୟ ୯ ଟା ରେ ମହାବାହୁ ବାହୁଡିଛନ୍ତି ତାଙ୍କ ଦେଉଳକୁ । ଏହି ଅବସରରେ ଛେରା ପହଁରା କରିଛନ୍ତି ଜେଏସଡବ୍ଲୁ ଭୂଷଣ ସଭାପତି ଅନିଲ ସିଂ ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଥମ ଥର ଭୂଷଣ ଟାଉନସିପରେ ରଥଯାତ୍ରା ପାଳନ ହୋଇଛି । ଚତୁର୍ଦ୍ଧା ମୂର୍ତ୍ତିକୁ ରଥାରୂଢ କରିବା ପରେ ବେଶ ଉତ୍ସାହିତ ହୋଇପଡ଼ିଥିଲେ ଭକ୍ତଗଣ । ଟାଉନସିପ ଭିତରେ ଭକ୍ତ ମାନେ ରଥକୁ ଟାଣିଟାଣି ନୂତନ ମନ୍ଦିରକୁ ନେଇଥିଲେ । ପରେ ଶ୍ରୀଜିଉଙ୍କ ସୁନାବେଶ ଆୟୋଜିତ ହେବ । ଟାଉନସିପରେ ରହୁଥିବା ପ୍ରାୟ ୫ ହଜାର ଭୂଷଣ କର୍ମଚାରୀ ପବିତ୍ର ବାହୁଡା ଯାତ୍ରାକୁ ପାଳନ କରିଥିଲେ । କମ୍ପାନୀ କର୍ମଚାରୀମାନଙ୍କର ବହୁ ଦିନର ଇଚ୍ଛା ଥିଲା କମ୍ପାନୀ ଭିତରେ ଏକ ଜଗନ୍ନାଥ ମନ୍ଦିର ହେଉ ଆଉ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ପାଳନ ହେବ। ସମସ୍ତଙ୍କର ଏହି ଆଶା ପୂରଣ କରିଛନ୍ତି କମ୍ପାନୀ ସଭାପତି ଅନିଲ ସିଂ ଓ ତାଙ୍କ ଧର୍ମ ପତ୍ନୀ ନିଲମ ସିଂ ।