ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଯୌନ ନିର୍ଯାତନା ମାମଲାରେ ସୂରଜ ରେଭାନ୍ନା ଗିରଫ

ନୂଆଦିଲ୍ଲୀ,୨୩/୬:  ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ଗିରଫ। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୁଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।  ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ୨୭ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶନିବାର ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୋଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି।

ଆଇପିସି ଧାରା ୩୭୭ , ୩୪୨ , ୫୦୬ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ଉଭୟ ସୂରଜ ରେଭାନ୍ନା ଏବଂ ତାଙ୍କ ଘନିଷ୍ଟ ଶିବକୁମାରଙ୍କୁ ଅଭିଯୁକ୍ତ କରିଛି। ମାମଲା ରୁଜୁ କରିବା ପୂର୍ବରୁ ପୀଡିତ ଯୁବକ ଜଣ ରାଜ୍ୟ ଗୃହମନ୍ତ୍ରୀ ତଥା ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ଲେଖିଥିଲେ। ଏତଲା ଅନୁସାରେ ପୀଡିତ ଯୁବକଙ୍କୁ ଜୁନ୍‌ ୧୬ ତାରିଖରେ ସୂରଜ ତାଙ୍କ ଫାର୍ମ ହାଉସ୍‌କୁ ଡାକିଥିଲେ। ଏହାପରେ ସେ ୬ଟା ୧୫ରେ ସୂରଜଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ସୂରଜ ବଳପୂର୍ବକ  ଯୌନ ନିର୍ଯାତନା ଦେଇଥିଲେ। ଯଦି ସେ ସହଯୋଗ ନ କରିବେ, ଓ ଏ ବିଷୟରେ କାହାକୁ କୁହନ୍ତି ତା ହେଲେ ତାଙ୍କୁ ମାରିଦେବେ ବୋଲି ସୂରଜ ଧମକ ଦେଇଥିଲେ। କେବଳ ସେତିକି ନୁହେଁ ସୂରଜ ରେଭାନ୍ନା ତାଙ୍କୁ ଚାକିରି ଦେବା ଏବଂ ରାଜନୀତିରେ ଆଣିବା ପାଇଁ ଆଶ୍ୱାସନା ଦେଇଥିବା ପୀଡିତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଅନୁଯାୟୀ ମାମଲାର ତଦନ୍ତ ଜାରି ରଖିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.