ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଭାରତୀୟଙ୍କ ପକେଟ ଉପରେ କ୍ୟାସ୍‌ଲେସ୍‌ ପେମେଣ୍ଟ ଭାରି; ସୁବିଧା ସତ୍ତ୍ବେ ବଢ଼ୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୩୦/୦୬: ସମୟାନୁଯାୟୀ ଆଧୁନିକତାର ପରିବର୍ତ୍ତନ ସହିତ ଭାରତ ସମେତ ସାରା ବିଶ୍ବରେ କ୍ୟାସଲେସ୍‌ ପେମେଣ୍ଟର ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜିକାଲି ଲୋକମାନେ ନୋଟ ଦେବା ପରିବର୍ତ୍ତେ କ୍ରେଡିଟ୍‌ କାର୍ଡ, ଡେବିଟ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଓ ୟୁପିଆଇ ଆଦିରେ ପେମେଣ୍ଟ ଅର୍ଥାତ୍‌ ଟଙ୍କା ଦେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଊଛି ଟଙ୍କା ଦେବା ପରିବର୍ତ୍ତେ କ୍ୟାସଲେସ୍‌ ପେମେଣ୍ଟ କରିବାରେ ଲୋକଙ୍କର ଅଧିକ ଖର୍ଚ୍ଚ ହେଉଥିବା ଦେଖିବାକୁ ମିଳିଛି। 

ଲାଇଭ ମିଣ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମେଲବର୍ଣ୍ଣ ୟୁନିଭରସିଟି ଏବଂ ଆଡେଲାଇଡ ୟୁନିଭରସିଟି ସାରା ବିଶ୍ୱରେ ଘଟୁଥିବା କ୍ୟାସଲେସ୍‌ ପେମେଣ୍ଟ ଉପରେ ସେମାନଙ୍କର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ପାଇଁ ୧୭ ଟି ଦେଶରୁ ମୋଟ ୭୧ ଟି ପେପର ଷ୍ଟଡି କରାଯାଇଛି ଏବଂ ଲୋକଙ୍କ ଖର୍ଚ୍ଚ କରିବାର ଢ଼ାଞ୍ଚାକୁ ଯାଞ୍ଚ କରାଯାଇଛି।

କ୍ୟାସଲେସ୍‌ ପେମେଣ୍ଟ ଯୋଗୁ ଲୋକ ରଖୁଛନ୍ତି କମ୍‌ ହିସାବ: 

ଏହି ରିପୋର୍ଟରୁ ଏହା ଜଣାପଡିଛି ଯେ, ପୂର୍ବରୁ ଲୋକମାନେ ନିଜର ଖର୍ଚ୍ଚକୁ ଡାଏରୀରେ ଲେଖି ଏହାର ହିସାବ ରଖୁଥିଲେ। ଆଜିକାଲି, ଡିଜିଟାଲ କାରବାରର ଧାରା ବୃଦ୍ଧି ହେତୁ ଏସବୁର ଟ୍ରେଣ୍ଡ ବା ଧାରା ହ୍ରାସ ପାଇଛି। ଏହି ରିପୋର୍ଟରେ ଲୋକଙ୍କୁ ଟଙ୍କା ସଞ୍ଚୟ କରିବା ପାଇଁ କାର୍ଡ ବଦଳରେ ନଗଦ ରାଶି ବା କ୍ୟାସ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି ଲୋକମାନେ କାର୍ଡ ବଦଳରେ ନଗଦ ଟଙ୍କା ଦେୟ ଦିଅନ୍ତି, ତେବେ ସେମାନେ ସେମାନଙ୍କର ଖର୍ଚ୍ଚର ଭଲ ବାଟ ପାଇବା ସହିତ ଏକ ଉତ୍ତମ ସଞ୍ଚୟ ମଧ୍ୟ କରିପାରିବେ। ଏହା ଅଧିକ ଅର୍ଥ ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରେ। ନଗଦ ଟଙ୍କା ବ୍ୟବହାର କରିବା ବେଳେ ଲୋକମାନେ ଟଙ୍କାକୁ ନିଜ ହାତରେ ଗଣି ଏହାର ନେଣଦେଣ କରନ୍ତି। ଏହା ସେମାନଙ୍କୁ ସେମାନଙ୍କର ଖର୍ଚ୍ଚର ହିସାବ ରଖିବା ଓ ଉତ୍ତମ ବାଟରେ ଖର୍ଚ୍ଚ କରିବାରେ ସହାୟକ ହେବ ।

ଦାମୀ ଓ ବିଳାଶପୂର୍ଣ୍ଣ ଜୀବନ ପାଇଁ ବଢ଼ିଛି ଖର୍ଚ୍ଚ: 

ଏହି ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଲୋକମାନେ ବିଳାସପୂର୍ଣ୍ଣ ଓ ଦାମୀ ଜିନିଷ ଉପରେ ଖର୍ଚ୍ଚ ବଢ଼ାଇଛନ୍ତି। ଆଜିକାଲି ଲୋକମାନେ ବିଳାସପୂର୍ଣ୍ଣ ଜିନିଷଗୁଡ଼ିକରେ ଖର୍ଚ୍ଚ କରିବାକୁ ଏକ ସାମାଜିକ ପ୍ରତିପତ୍ତି ବା ସୋସିଆଲ ଷ୍ଟାଟସ୍‌ ଭାବରେ ଦେଖନ୍ତି। ଏଥି ସହିତ, ଲୋକମାନେ ଦାନ ଏବଂ ଟିପ୍ସ ଦେବା ପାଇଁ ପୁରାତନ ପଦ୍ଧତି ଅବଲମ୍ବନ କରୁଛନ୍ତି। ତେବେ ଏହି ସମଗ୍ର ଅଧ୍ୟୟନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବୁଝାଇବା ଯେ, ନଗଦବିହୀନ କାରବାର ବା କ୍ୟାସଲେସ୍‌ ପେମେଣ୍ଟ କିପରି ଲୋକଙ୍କ ଟଙ୍କା ଖର୍ଚ୍ଚ ଅଭ୍ୟାସକୁ ବଦଳାଇ ଦେଇଛି। ଲୋକମାନେ ପୂର୍ବ ଅପେକ୍ଷା ଅଧିକ ଚିନ୍ତା ନକରି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.