ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ: ଡାଲିର ସାପ୍ତାହିକ ଷ୍ଟକ୍‌ ଘୋଷଣା କରିବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୧୧/୦୪: ଡାଲିର ସାପ୍ତାହିକ  ଷ୍ଟକ ଜଣାଇବା ସମ୍ପର୍କିତ ନିୟମ ଲାଗୁ କରିବାକୁ  ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର  ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୁଖ ବନ୍ଦର ଏବଂ ଡାଲି  ଶିଳ୍ପ କେନ୍ଦ୍ର ଗୁଡିକରେ ମହଜୁଦ ଥିବା ଡାଲି ଯାଞ୍ଚ  କରିବା ଲାଗି ଖାଉଟି ବ୍ୟାପାର ବିଭାଗ କହିଛି ।  ସେହିଭଳି ଷ୍ଟକ ସୂଚନା ପୋର୍ଟାଲରେ ମିଥ୍ୟା  ତଥ୍ୟ ଦେଉଥିବା ଷ୍ଟକ ହୋଲ୍ଡିଂ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖୋରୋ ସୂଚନା ଦେଇଛନ୍ତି । 

ସବୁ ରାଜ୍ୟର ଖାଉଟି ବ୍ୟାପାର  ଏବଂ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବଙ୍କ ସହ  ଏ ନେଇ ବୈଠକ କରାଯାଇଛି । ବେଆଇନ ଡାଲି ମହଜୁଦକୁ ରୋକିବା ଏବଂ ଡାଲିର ଷ୍ଟକ ସ୍ଥିତି ଏବଂ  ମୂଲ୍ୟ ଧାରା ଉପରେ ଅଧିକ ସତର୍କତା ଅବଲମ୍ବନ  କରିବାର ଆବଶ୍ୟକତା ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ  ପ୍ରଦେଶ ଗୁଡିକୁ ଅବଗତ କରାଯାଇଛି । ଆମଦାନିକାରୀ  ଏବଂ ଶିଳ୍ପ ସଂସ୍ଥାଗୁଡିକୁ ସାପ୍ତାହିକ ଭିତ୍ତିରେ ଆମଦାନି ହୋଇଥିବା ହଳଦିଆ ମଟର ସହ ଡାଲି ମହଜୁଦ  ରଖିବାକୁ କୁହାଯାଇଛି । ଷ୍ଟକ ଜଣାଇବା ପୋର୍ଟାଲକୁ  ନବୀକରଣ କରି ବିଗ୍‌ ଚେନ୍‌ ରିଟେଲରଙ୍କୁ ଏକ ସଂସ୍ଥା  ଭାବେ ବିବେଚିତ କରାଯାଇଛି । ସେହିଭଳି ଡାଲିର  ସାମଗ୍ରିକ ଉପଲବ୍ଧତା ବୃଦ୍ଧି ପାଇଁ ଆସନ୍ତା ଜୁନ ଯାଏ ହଳଦିଆ ମଟର ଆମଦାନିକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.