ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ୍‌,ସତ୍ୟାନନ୍ଦ ଭୋକ୍ତା ଓ ଆଲମଗିର ଆଲମଙ୍କୁ ମନ୍ତ୍ରୀ ପଦ

ରାଞ୍ଚି,୨।୨: ଝାଡଖଣ୍ଡରେ ହେମନ୍ତ ସୋରେନ୍‌ଙ୍କ ଇସ୍ତଫା ପରେ ଝାଡଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି। ଚମ୍ପାଇ ସୋରେନ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତାଙ୍କ ସହିତ କଂଗ୍ରେସ ନେତା ଆଲମଗିର ଆଲମ ଓ ଆରଜେଡି ନେତା ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀ  ଭାବରେ ମଧ୍ୟ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ରାଜ୍ୟପାଳ ଚମ୍ପାଇଙ୍କୁ ୧୦ ଦିନରେ ବହୁମତ ପ୍ରମାଣିତ କରିବାକୁ କହିଛନ୍ତି। ଚମ୍ପାଇ ସରକାର ଗଠନ କରିବା ପାଇଁ ବୁଧବାର ବହୁମତ ଦାବି କରିଥିଲେ ଓ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଦ୍ବିତୀୟ ଥର ସାକ୍ଷାତ କରିଥିଲେ।

ଉଲ୍ଲେଖନୀୟ ଯେ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ବୁଧବାର ଗିରଫ କରିଥିଲା। ଗିରଫ ହେବା ପୂର୍ବରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା।  ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବାର ଅନେକ ଚର୍ଚ୍ଚା ହୋଇଥିଲା। ତେବେ ପରେ ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଥିଲା। ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟପାଳ ତାଙ୍କୁ ରାଜଭବନକୁ ଆମନ୍ତ୍ରଣ  କରି ଶୁକ୍ରବାର ଶପଥ ନେବାକୁ କହିଥିଲେ। 

ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପୂର୍ବରୁ ଶିବୁ ସୋରେନ୍‌ଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ। ନିଜ ଗୁରୁଙ୍କ ଆର୍ଶୀବାଦ ନେବା ପରେ ଚମ୍ପାଇ କହିଥିଲେ, ମୁଁ ଶପଥ ନେବା ପୂର୍ବରୁ ନିଜ ଗୁରୁଜୀ(ଶିବୁ ସୋରେନ୍‌)ଙ୍କ ଆର୍ଶୀବାଦ ନେବାକୁ ଆସିଥିଲି। ମୁଁ ଝାଡଖଣ୍ଡ ଆନ୍ଦୋଳନ ବେଳେ ତାଙ୍କ ସହିତ ମିଶିଥିଲି। ସେ ଆମ ପାଇଁ ଆଦର୍ଶ, ତେଣୁ ମୁଁ ତାଙ୍କର ଆର୍ଶୀବାଦ ଦେବାକୁ ଆସିଥିଲି। ଆମେ ଖୁବ୍ ଶୀଘ୍ର(ବହୁମତ) ପ୍ରମାଣିତ କରିବୁ।’ ଅନ୍ୟପକ୍ଷେ ଶାସକ ଦଳର ବିଧାୟକଙ୍କୁ ଦୁଇ ଦିନ ପାଇଁ ହାଇଦ୍ରାବାଦ ପଠାଯିବ। ଏହି ବିଧାୟକଙ୍କୁ ଏକ ଚାଟାର୍ଡ ପ୍ଲେନରେ ପଠାଯାଉଛି।ଅନ୍ୟପକ୍ଷେ ଆଜି ଇଡିର ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ହେମନ୍ତ ସୋରେନଙ୍କୁ ଲାଗିଛି ଝଟକା। ଏହି ମାମଲା ଉପରେ ବିଚାର କରି ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.