ଭୁବନେଶ୍ବର, ୨୯।୯ : ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଟ୍ବିନ ସିଟି କମିଶନରେଟ ପୋଲିସ କମିଶନର, ଭୁବନେଶ୍ବର ଓ କଟକ ଡିସିପିରେ ପରବର୍ତ୍ତନ କରିଛନ୍ତି। ପୋଲିସ କମିଶନର ସଞ୍ଜିବ ପଣ୍ଡାଙ୍କ ସ୍ଥାନରେ ସୁରେଶ ଦେବ ଦତ୍ତ ସିଂଙ୍କୁ ପୋଲିସ କମିଶନର ଭାବେ ଦାୟିତ୍ବ ଦେଇଛନ୍ତି। ସଞ୍ଜିବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ସେହିପରି ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ ବଦଳି କରାଯାଇଛି। ତାଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କଟକ ଡିସିପି ଭାବେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଦାୟିତ୍ବ ଦିଆଯାଇଛି।