ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ରୁଟ୍‌ରେ ଚାଲିବାକୁ ଯାଉଛି ସ୍ପେଶାଲ ବନ୍ଦେ ଭାରତ ଟ୍ରେନ୍‌

Published By : Prameya | March 29, 2024 9:40 PM

ନୂଆଦିଲ୍ଲୀ : ସାରା ଦେଶରେ ଲୋକପ୍ରିୟ ହେଉଥିବା ବନ୍ଦେ ଭାରତକୁ ନେଇ ଯାତ୍ରୀଙ୍କ ସହ ରେଲୱେ ମଧ୍ୟ ଖୁବ୍‌ ଉତ୍ସାହିତ ଅଛି। ବନ୍ଦେ ଭାରତ ଟ୍ରେନ୍‌ କୌଣସି ସେଲିବ୍ରିଟିଙ୍କ ଠାରୁ କମ୍‌ ନୁହେଁ କମ୍‌ ଚର୍ଚ୍ଚିତ ନୁହେଁ। ଯେବେ ବି ଲୋକେ ବନ୍ଦେ ଭାରତ ଟ୍ରେନ୍‌କୁ ନିଜ ଆଖପାଖରେ ଯାଉ ଥିବାର ଦେଖିଥା'ନ୍ତି ତ ଏହାର ଭିଡ଼ିଓ କରିବାରେ ଲାଗିଥା'ନ୍ତି। କେଉଁଠି ଏହି ଟ୍ରେନ୍‌ କୌଣସି ପ୍ଲାଟଫର୍ମରେ ଠିଆ ହୋଇ ଥିବାର ନଜର ଆସିଲେ, ଲୋକେ ଏହା ସହ ସେଲଫି କ୍ଲିକ୍‌ କରିବାକୁ ଲାଗନ୍ତି। ଏହି ଟ୍ରେନ୍‌ର ପ୍ରଶଂସକ ସର୍ବଦା ଚାହାନ୍ତି କି, ଏହି ଟ୍ରେନ୍‌ ତାଙ୍କ ସହର ଦେଇ ଯାଉ, ଯାହାକି ତାଙ୍କୁ ବନ୍ଦେ ଭାରତ ସହ ଯାତ୍ରା କରିବାର ଅନୁଭବ ପ୍ରାପ୍ତ ହୋଇ ପାରିବ।

ପ୍ରବଳ ଡିମାଣ୍ଡ ପରେ ଏହି ଟ୍ରେନ୍‌କୁ ଅଲଗା ଅଲଗା ରୁଟ୍‌ରେ ଚଳାଇବାର ଯୋଜନା କରାଯାଉଛି। ଉତ୍ସବ ସିଜନରେ ମଧ୍ୟ ଧ୍ୟାନରେ ରଖି ରେଲୱେ ବନ୍ଦେ ଭାରତ ସ୍ପେଶାଲ ଟ୍ରେନ୍‌କୁ ମଧ୍ୟ ସମୟ ସମୟରେ ଘୋଷଣା କରୁଛି। ରିପୋର୍ଟସ ଅନୁସାରେ, ଗୁଡ୍‌ ଫ୍ରାଇଡେ ଓ ଇଷ୍ଟରକୁ ଧ୍ୟାନରେ ରଖି ସାଉଥ୍‌ ରେଲୱେ ବନ୍ଦେ ଭାରତର ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ଯାଉଛି। ଏହି ସ୍ପେଶାଲ ବନ୍ଦେ ଭାରତ ଟ୍ରେନ୍‌ ଚେନ୍ନାଇ ଏଗମୋର ଓ ନାଗରକୋଇଲ ମଧ୍ୟରେ ଅପ-ଡାଉନ୍‌ କରିବ। ଏହି ରୁଟ୍‌ରେ ଅନେକ ପ୍ରମୁଖ ଷ୍ଟେସନ ମଧ୍ୟ ପଡ଼ିଥାଏ, ଯେଉଁଥିରେ ତାମ୍ୱରମ୍‌ , ଡିଣ୍ଡିଗଲ , ତିରୁନେଲଭେଲି ଓ ମଦୁରେ ମଧ୍ୟ ସାମିଲ ରହିଛି। 

ଆନ୍ଧ୍ର ଜ୍ୟୋତିର ରିପୋର୍ଟ ଅନୁସାରେ , ଦକ୍ଷିଣୀ ରେଲୱେ ଦ୍ୱାରା ଏକ ସ୍ପେଶାଲ ବନ୍ଦେ ଭାରତ ଟ୍ରେନ୍‌ ସେବାର ଘୋଷଣା କରାଯାଇଛି। ଏହି ସ୍ପେଶାଲ ବନ୍ଦେ ଭାରତ ଚେନ୍ନାଇ ଏଗମୋର ଓ ନାଗରକୋଇଲ ମଧ୍ୟରେ ଚାଲିବ। ଏହି ସ୍ପେଶାଲ ବନ୍ଦେ ଭାରତ ଏହି ମାସର ୩୦ ଓ ୩୧ ତାରିଖ ସକାଳ ୫.୧୫ ଟାରେ ଏଗମୁରରୁ ପ୍ରସ୍ଥାନ କରିବ ଏବଂ ଦ୍ୱିପ୍ରହର ୨.୧୦ଟାରେ ନାଗରକୋଇଲରେ ପହଞ୍ଚିବ। ଏହି ଟ୍ରେନ୍‌ ନାଗରକୋଇଲରୁ ଦ୍ୱିପ୍ରହର ୨.୫୦ଟାରେ ପ୍ରସ୍ଥାନ କରିବ ଏବଂ ରାତି ୧୧.୪୫ଟାରେ ଏଗମୋର ପହଞ୍ଚିବ। ରାସ୍ତାରେ ଏହି ଟ୍ରେନ୍‌ ତାମ୍ୱରମ, ଭିଲ୍ଲୁପୁରମ, ତ୍ରିଚି, ଡିଣ୍ଡିଗଲ, ମଦୁରୈ, ଭିରୁଧୁନଗର ଓ ତିରୁନେଲଭେଲି ଭଳି ଷ୍ଟେସନରେ ରହିବ। 

ରିପୋର୍ଟ ଅନୁସାରେ , ଯାତ୍ରୀଙ୍କୁ ସୁବିଧା ଦେବା ପାଇଁ ସାଉଥ୍‌ ରେଲୱେ ଗୁଡ୍‌ ଫ୍ରାଇଡେ ଓ ଇଷ୍ଟରକୁ ଧ୍ୟାନରେ ରଖି ଚେନ୍ନାଇ ଏଗମୋର ଓ ନାଗରକୋଇଲ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ସ୍ପେଶାଲ ଟ୍ରେନ୍‌ର ଘୋଷଣା କରିଛି। ଦକ୍ଷିଣୀ ରେଲୱେ ଦ୍ୱାରା କରାଯାଇ ଥିବା ଘୋଷଣା ଅନୁସାରେ , ଏହି ସେବା ପାଇଁ ଟିକେଟ୍‌ ବୁକିଂ ଆରମ୍ଭ କରି ଦିଆ ଯାଇଛି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.