ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମୌସୁମୀ ବୈଠକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର,୧୩/୯ : ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ସହଯୋଗରେ ଭୁବନେଶ୍ବରଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ମୌସୁମୀ ବୈଠକ ଅବସରରେ ୧୨ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେତ ଅତିଥିମାନଙ୍କୁ ରାତ୍ରିଭୋଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ରହି ଅତିଥିମାନଙ୍କ ସହ ମତ ବିନିମୟ କରିବା ସହିତ ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟ ଉପରେ ଅବଗତ କରାଇଥିଲେ । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ରାଜ୍ୟ ମତ୍ସ୍ୟ, ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ । 

କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାୟେରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂ ବଘେଲ, ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିୟାନଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ସଂପୃକ୍ତ ବିଭାଗୀୟ ମନ୍ତ୍ରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ମତ୍ସ୍ୟ, ପଶୁପାଳନ, ଡାୟେରୀ ମନ୍ତ୍ରାଳୟ ସମେତ ବିଭିନ୍ନ ସର୍ବଭାରତୀୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ତଥା ପ୍ରତିନିଧିବୃନ୍ଦ ମଧ୍ୟ ସମବେତ ହୋଇଥିଲେ । ବିଭିନ୍ନ ରାଜ୍ୟର ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶିଳ୍ପୀମାନେ ଓଡ଼ିଶୀ, ସମ୍ବଲପୁରୀ, ସିଂହାରୀ ଓ ଛଉ ନୃତ୍ୟ ପରିବେଷଣ କରିଥିବାବେଳେ ବର୍ଣ୍ଣାଳୀ ହୋତାଙ୍କ ଭଜନ ଏବଂ ଲୋକଗୀତ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.