ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ବୁଧବାର ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅମିତ ପାଇବେ ୪ କୋଟି

ଭୁବନେଶ୍ୱର,୨୦/୦୮: ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ କ୍ରମାନ୍ୱୟରେ ଦ୍ୱିତୀୟ  ଥର ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲା ।  ଦୀର୍ଘ ୫୨ ବର୍ଷ ପରେ ଦଳ ଏହି ସଫଳତା ଦୋହରାଇଥିଲା । ଶେଷ ଥର ୧୯୮୦ରେ ଭାରତ  ସ୍ୱର୍ଣ୍ଣ ପଦକ ଜିତିଥିଲା । କିନ୍ତୁ ଏହା ପୂର୍ବରୁ ୧୯୬୮  ଓ ୧୯୭୨ ଅଲିମ୍ପିକ୍ସରେ କ୍ରମାନ୍ୱୟରେ ୨ ଥର ବ୍ରୋଞ୍ଜ  ଜିତିବାରେ ସଫଳ ହୋଇଥିଲା । ଭାରତ ବ୍ରୋଞ୍ଜ ଜିତିବା  ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ  ଦଳ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଘୋଷଣା  କରିଥିଲେ । କ୍ରୀଡ଼ା ବିଭାଗ ପକ୍ଷରୁ ମିଳିଥିବା ସୂଚନା  ଅନୁସାରେ, ଆସନ୍ତା ୨୧ ତାରିଖରେ ମୁଖ୍ୟମନ୍ତ୍ରୀ  ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ  ରାଶି ପ୍ରଦାନ କରିବେ । କାର୍ଯ୍ୟକ୍ରମ ଲୋକସେବା  ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବ । 

ପୁରସ୍କାର ଘୋଷଣା କରି ମୁଖ୍ୟମନ୍ତ୍ରୀ  କହିଥିଲେ, ‘ମୁଁ ରାଜ୍ୟ ସରକାରଙ୍କ ପକ୍ଷରୁ  ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ  ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ  ପୁରସ୍କାର ଦେବାକୁ ଘୋଷଣା କରୁଛି । ଓଡ଼ିଆ  ଖେଳାଳି ଅମିତ୍‌ ରୋହିଦାସଙ୍କୁ ୪ କୋଟି ଟଙ୍କାର  ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।’ 

ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହେବା  ପରେ ଓଡ଼ିଶା ବାର୍ଷିକ ୨୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା  ପ୍ରଦାନ କରି ଆସୁଛି । ଯେଉଁ ଅର୍ଥରେ ଭାରତୀୟ  ଖେଳାଳିଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ,  ପ୍ରଶିକ୍ଷଣ ମିଳିପାରିଥିଲା ଏବଂ ଦଳର ପ୍ରଦର୍ଶନରେ  ଉନ୍ନତି ଆସିଥିଲା । ଫଳରେ ଅଲିମ୍ପିକ୍ସରେ ଦଳ  କ୍ରମାନ୍ୱୟରେ ପଦକ ଜିତି ଚାଲିଛି । 

ଗତ ଜୁନ ମାସ ୨୧ ତାରିଖରେ ନୂଆ  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହକି ପାଇଁ ଆଉ ଏକ ବଡ଼  ଘୋଷଣା କରିଥିଲେ । ‘ରାଜ୍ୟ ସରକାରଙ୍କ ପକ୍ଷରୁ  ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର  ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି ।  ସେଥିପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ  ଅବଧି ସମୟକୁ ୨୦୩୩ରୁ ଆଉ ତିନି ବର୍ଷ  ପାଇଁ ବୃଦ୍ଧି କରାଯିବ । ହକିର ଉନ୍ନତି ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ  ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

  • PrameyaOdia
  • prameya
  • OdishaNews
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.