ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନଦୀ ପାର ବେଳେ ମା’-ପୁଅ ସ୍ରୋତରେ ଭାସିଗଲେ, ଶିଶୁପୁତ୍ରର ମୃତଦେହ ଉଦ୍ଧାର

କାଶୀପୁର, ୧୨।୯  ମା’ ଓ  ଶିଶୁ ପୁତ୍ର ନଦୀ ପାର ହୋଇ ଘରକୁ ଆସୁଥିଲେ। ହଠାତ ବର୍ଷା ହେବାରୁ  ନଦୀରେ ଜୋରରେ ସ୍ରୋତ ଆସିବାରୁ ମା’ ଓ ଶିଶୁ ପୁତ୍ର ଭାସି ଯାଇଥିଲେ। ତେବେ ମା’ କୌଣସି ପ୍ରକାରେ କୂଳରେ ଲାଗିଥିଲେ ମଧ୍ୟ ଶିଶୁ ପୁତ୍ର ଭାସିଯାଇଥିଲା। ପରେ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଥିଲା।   କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଧାଙ୍ଗଡ଼ିସିଲ ନଦୀରେ  ଏହିପରି ଏକ ଘଟଣା ଦେଖିବାକୁ ମିଳିଛି।  ମୃତ ଶିଶୁ ପୁତ୍ର ଜଣକ ହେଲା କୋଡ଼ି ପାରି ପଞ୍ଚାୟତ କୁଟୁରା ଗୁଡ଼ା ଗ୍ରାମର  ବୈକୁଣ୍ଠ ମାଝୀ ।

 ସୂଚନାଯୋଗ୍ୟ, ଗତକାଲି  ବାସନ୍ତୀ ମାଝୀ ଏବଂ ତାଙ୍କପାଞ୍ଚ ବର୍ଷରପୁଅ ବୈକୁଣ୍ଠ କୌଣସି କାମରେ ଧାଙ୍ଗଡ଼ି ସିଲ ଗ୍ରାମକୁ ଯାଇଥିଲେ । ସକାଳେ ମାଆ ଏବଂ ପୁଅ ପାଦଚଲା ବାଟ ଦେଇ ଘରକୁ ଫେରିବା ବେଳେ ଧାଙ୍ଗଡ଼ି ସିଲ ନଦୀ ପାର ହେଉଥିଲେ ।  ଏହିସମୟରେ ବର୍ଷା ଯୋଗୁଁ ହଠାତ ନଦୀରେ ବଢ଼ି ପାଣି ଆସିଯିବାରୁ ମା’ ପୁଅ ସୁଅରେ ଭାସି ଯାଇଥିଲେ । କୌଣସି ପ୍ରକାରେ   ବାସନ୍ତୀ ମାଝୀ କୂଳରେ ଲାଗିଥିଲେ ସୁଦ୍ଧା ଶିଶୁ ପୁତ୍ର ବୈକୁଣ୍ଠ ସୁଅରେ ଭାସି ଯାଇଥିଲା ।ଗ୍ରାମବାସୀ ଙ୍କ ସହାୟତା ରେ ପୁଲିସ ଶିଶୁଟିର ମୃତ ଦେହକୁ ଉଦ୍ଧାର କରିବ୍ୟବଚ୍ଛେଦ ପାଇଁ କାଶୀପୁର ପଠାଇ ଥିଲା । ଏହି ଘଟଣାରେଅଣ୍ଡିରା କଞ୍ଚ ଥାନାପୁଲିସ ଏକଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବାର ସୂଚନା ମିଳିଛି ।

ଆହୁରି ପଢନ୍ତୁ : ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ

Copyright © 2022 - Summa Real Media Private Limited. All Rights Reserved.