ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଓଲରେ ଗୋଟିଏ ମଞ୍ଚରେ ଏକାଠି ହେବେ ଚୀନ୍, ଜାପାନ୍ ଏବଂ ଦକ୍ଷିଣ କୋରିଆ ନେତା, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା…

ନୂଆଦିଲ୍ଲୀ: ଦୀର୍ଘ ସମୟର ବ୍ୟବଧାନ ପରେ ସିଓଲରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି ଦକ୍ଷିଣ କୋରିଆ, ଚୀନ୍ ଏବଂ ଜାପାନର ନେତାମାନେ। ସୂଚନାଥାଉକି, ଦକ୍ଷିଣ କୋରିଆ ଏକ ଶିଖର ସମ୍ମିଳନୀ ଆୟୋଜନ କରୁଛି, ଯାହାକି ରାଜଧାନୀ ସିଓଲରେ ଆୟୋଜିତ ହେବ। କୁହାଯାଉଛି କି, ୨୦୧୯ ପରେ ସେମାନଙ୍କର ପ୍ରଥମ ତ୍ରିପାକ୍ଷିକ ଆଲୋଚନା ପାଇଁ ଏହି ତିନି ଦେଶ ଆସନ୍ତା ସପ୍ତାହରେ ସିଓଲରେ ଏକାଠି ହେବେ । ଦକ୍ଷିଣ କୋରିଆ ଗଣମାଧ୍ୟମ ଏହି ସୂଚନା ଦେଇଛି । 

ଗୁରୁବାର ୟୋହ୍ନାପ ନ୍ୟୁଜ୍ ଏଜେନ୍‌ସି କହିଛି ଯେ, ସୋମବାର ଦିନ ସିଓଲରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲ, ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ବିଙ୍ଗ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ କି, ଚୀନ୍ ଦକ୍ଷିଣ ଚୀନ୍ ସାଗରରେ କ୍ରମାଗତ ଭାବରେ କାର୍ଯ୍ୟକଳାପ ବୃଦ୍ଧି କରୁଛି । ଉଭୟ ଜାପାନ ଏବଂ ଦକ୍ଷିଣ କୋରିଆ ଏହାକୁ ନେଇ ଅସୁବିଧାରେ ପଡିଛନ୍ତି । କେବଳ ଏତିକି ନୁହେଁ ଚୀନ୍‌ର ବନ୍ଧୁ ଉତ୍ତର କୋରିଆ ମଧ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ସହିତ କ୍ରମାଗତ ଭାବରେ ଦକ୍ଷିଣ କୋରିଆ ଉପରେ ଚାପ ପକାଉଛି। ଏଭଳି ପରିସ୍ଥିତିରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ତେବେ ଏହି ତିନି ଦେଶ ମଧ୍ୟରେ ପ୍ରଥମ ସାକ୍ଷାତ ୧୬ ବର୍ଷ ପୂର୍ବେ ହୋଇଥିଲା । ପ୍ରଥମ ଥର ପାଇଁ ୨୦୦୮ ମସିହାରେ ଏହି ତିନି ଦେଶର ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା, ଯାହା ପରେ ଏସିଆର ଏହି ଦେଶଗୁଡିକ ପ୍ରତିବର୍ଷ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିଲେ, କିନ୍ତୁ ୨୦୧୯ ଠାରୁ ଏହି ସମ୍ମିଳନୀ ଆୟୋଜିତ ହୋଇନଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.