ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

​ତେଲେଙ୍ଗାନାରେ କଂଗ୍ରେସ-ବିଜେପି ମଧ୍ୟରେ କଡ୍ଡା ଟକ୍କର, ହାଇଦ୍ରାବାଦ ଲୋକସଭା ଆସନରୁ ଓୱେସି ଆଗରେ

ହାଇସ୍ରାବାଦ,୪।୬: ତେଲାଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିନି ଆଶା ଅନୁଯାୟୀ  ସଫଳତା। ରାଜ୍ୟରେ କଂଗ୍ରେସ ଓ ବିଜେପି ଭିତରେ କଡ୍ଡା ଟକ୍କର। ତେବେ ଲୋକସଭା ନିର୍ବାଚନରେ ବାଜି ମାରିବାକୁ ଯାଉଛି ବିଜେପି। ଦୁଇ ଦଳ ଭିତରେ କାଣ୍ଟେକା ଟକ୍କର। ସକାଳ ସାଢେ ୧୦ଟା ସୁଦ୍ଧା ଫଳାଫଳ ଅନୁସାରେ ତେଲାଙ୍ଗାନାରୁ କଂଗ୍ରେସ ୮ଟି  ଓ ବିଜେପି ୭ ଟି ଆସନରେ ଆଗେଇଛି।   

ସେପଟେ ବିଜେପିର ମାଧବୀ ଲତାଙ୍କୁ ପଛରେ ପକାଇ ଦେଇଛନ୍ତି ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି । ହାଇଦ୍ରାବାଦ ଆସନରୁ ଓୱେସି ମାଧବୀ ଲତାଙ୍କଠାରୁ ୧୫୦୦୦ ରୁ ଅଧିକ ଭୋଟରେ ଆଗରେ ଅଛନ୍ତି। ୧୭ ଲୋକସଭା ଆସନ ପାଇଁ ଚାଲିଥିବା ଲଢେଇ ମଧ୍ୟରେ ପୂର୍ବରୁ ସରକାରରେ ଥିବା କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (BRS) ସବୁଠୁ ପଛରେ ରହିଯାଇଛି। ପ୍ରାରମ୍ଭିକ ଫଳାଫଳ ଅନୁସାରେ, ଦଳ ଏଠାରେ କୌଣସି ଗୋଟିଏ ବି ଆସନରେ ଆଗରେ ନାହିଁ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.