ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶ୍ରୀକ୍ଷେତ୍ରରେ ଗୁପ୍ତ ବୈଠକ: କଂଗ୍ରେସର ୬୨ ଟିକଟ ଚୂଡ଼ାନ୍ତ ! ୩ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର/ପୁରୀ,୨୯/୦୩: କଂଗ୍ରେସ  ଟିକଟ କସରତ ପାଇଁ ପୁରୀରେ ବସିଲା ଗୁପ୍ତ ବୈଠକ । ପିସିସି ସଭାପତି ଶରତ ପଟ୍ଟନାୟକ  ଓ ତାଙ୍କ ଟିମ୍‌ ଚଳାଇଲେ ତନାଘନା ଆଲୋଚନା । ଗୋଟିଏ ଗୋଟିଏ କରି ୬୨ଟି ବିଧାନସଭା  ନିର୍ବାଚନମଣ୍ଡଳୀ ପାଇଁ ରଣନୀତି ତିଆରି ହେଲା । ୬୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସମ୍ଭାବ୍ୟ  ପ୍ରାର୍ଥୀଙ୍କୁ ଟିକଟ ମିଳିବାର ଇସାରା ସହ କିଛି କାମ ବି ଦିଆଗଲା । ଟାର୍ଗେଟ ଦିଆଗଲା, ଆହୁରି ଅଧିକ ଲୋକଙ୍କୁ ଦଳ ସହ ଯୋଡ଼ । କୁହାଗଲା, ଯାହା ସମସ୍ୟା ଅଛି, ତା’ର ଶୀଘ୍ର ସମାଧାନ  କରି କାମରେ ଲାଗି ପଡ଼। ଦଳଠାରୁ କ’ଣ  ସହାୟତା ଆବଶ୍ୟକ କରୁଛନ୍ତି, ତାହା ମଧ୍ୟ  ପଚରା ଯାଇଥିଲା ।  

ସୂତ୍ର ଅନୁସାରେ କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ । ୬୨ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ଅଛି । ଶେଷ ପର୍ଯ୍ୟାୟରେ ସେମାନଙ୍କ ସହ ରାଜ୍ୟ କଂଗ୍ରେସ ଟିମ୍‌ ଆଲୋଚନା ପାଇଁ ଡକା ଯାଇଥିଲା । ୬୨ଟି ନିର୍ବାଚନମଣ୍ଡଳୀରୁ ସମ୍ଭାବ୍ୟ ପ୍ରାର୍ଥୀ ଆସି  ପହଞ୍ଚିଥିଲେ । ସେମାନଙ୍କୁ କୁହାଯାଇଥିଲା, ପ୍ରଗମନ  ଆପ୍‌ ଆବେଦନ ଓ ଦଳ ପକ୍ଷରୁ କରାଯାଇଥିବା  ଅନ୍ତରୀଣ ସର୍ଭେ ଅନୁସାରେ ଆପଣଙ୍କ ଦାବିଦାରୀ  ସବୁଠାରୁ ଦୃଢ଼ ରହିଛି । ଇସାରା ବି ଦିଆଯାଇଥିଲା,  ଟିକଟ ମିଳିବା ପ୍ରାୟତଃ ପକ୍କା । ଆଉ ବିଳମ୍ବ  ନ କରି ମଇଦାନରେ ଲାଗିପଡ଼ । ସିଇସି  ବୈଠକ ଓ ଘୋଷଣାକୁ କିନ୍ତୁ ଅପେକ୍ଷା କରିବାକୁ କୁହାଯାଇଥିଲା । 

ସୂତ୍ର ଅନୁସାରେ ପୁରୀ  ସମୁଦ୍ର କୂଳ ବ୍ଲୁ-ଲିଲି ହୋଟେଲରେ ପିସିସି  ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଆଜି ରାଜ୍ୟ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ  ବସିଥିଲା । ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ମିଡିଆ ବିଭାଗ ମୁଖ୍ୟ ବିଶ୍ୱରଞ୍ଜନ ମହାନ୍ତି, ପ୍ରବୀର ପାଠକଙ୍କ ସମେତ ପିସିସି ଏବଂ ଏଆଇସିସିର  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ । ଖବର ଅନୁସାରେ ଯେଉଁମାନଙ୍କର ଟିକଟ ପ୍ରାୟତଃ  ପକ୍କା, ସେମାନଙ୍କୁ ଡକାଯାଇଥିଲା ।  

ବୈଠକରେ ସୂଚନା ଦିଆଯାଇଥିଲା, ପ୍ରଗମନ  ଆପ୍‌ରେ ଟିକଟ ଆଶାୟୀମାନେ ୪୦ ଲକ୍ଷ ଲୋକଙ୍କୁ  କଂଗ୍ରେସରେ ଯୋଡ଼ିଛନ୍ତି । ବିଜେଡି-ବିଜେପି ମେଣ୍ଟ  ନ ହେବାରୁ କଂଗ୍ରେସ ଶକ୍ତି ବଢ଼ିବ । ଆଶାୟୀମାନେ  ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ  କରନ୍ତୁ । ଲୋକଙ୍କ ସହ ଯୋଡ଼ି ହୁଅନ୍ତୁ । ତେଲଙ୍ଗାନା  ଭଳି ଓଡ଼ିଶା ଫଳାଫଳ ବି ସଭିଙ୍କୁ ଚମକାଇ ଦେବ । 

ବୈଠକ ସରିବା ପୂର୍ବରୁ ଆଶାୟୀ ବି  ପ୍ରଶ୍ନବାଣରେ ବ୍ୟସ୍ତ କରି ପକାଇଲେ କଂଗ୍ରେସ  ମୁଖିଆଙ୍କୁ । ଅଧିକାଂଶ ଆଶାୟୀ କହିଲେ, ବିଜେଡି ଅଧା ଆସନରେ ଟିକଟ ବାଣ୍ଟି ସାରିଲାଣି । ବିଜେପି  ଏବେ ସୁଦ୍ଧା ୧୮ ଲୋକସଭା ପ୍ରାର୍ଥୀ ଦେଲାଣି ।  କଂଗ୍ରେସ କେବେ ଟିକଟ ଦେବ? ଆଉ ସମୟ  କାହିଁ? କ’ଣ ପାଇଁ ବିଳମ୍ବ କରୁଛନ୍ତି? ଆମେ  କେବେ ପ୍ରଚାର ଆରମ୍ଭ କରିବୁ? 

ଉପସ୍ଥିତ କଂଗ୍ରେସର ବରିଷ୍ଠ ନେତା  ଜଣାଇଥିଲେ, ବ୍ୟସ୍ତ ହୁଅନି । ସବୁ କିଛି ଶେଷ  ପର୍ଯ୍ୟାୟରେ । ୩୦ ତାରିଖରେ ସ୍କ୍ରିନିଂ ହେବ । ୩୧ରେ ସିଇସି ବୈଠକ । ତା’ପରେ ଯେ କୌଣସି  ମୁହୁର୍ତ୍ତରେ ପ୍ରାର୍ଥୀ ଘୋଷଣା ହେବ । ଆଉ ୩-୪  ଦିନର ଅପେକ୍ଷା ମାତ୍ର ।  

ସୂଚନାଯୋଗ୍ୟ, ଆଉ କିଛି ଆସନ ପାଇଁ  କଂଗ୍ରେସର ବୈଠକ ଆସନ୍ତାକାଲି ମଧ୍ୟ ହେବ  ବୋଲି ଶୁଣିବାକୁ ମିଳିଛି । ଏ ବୈଠକରେ ଅନ୍ୟ  କିଛି ଆସନ ପାଇଁ ଆଲୋଚନା ହେବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.