ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସରେ ଟିକଟ ବିକ୍ରି! ଅଭିଯୋଗ ଆଣିଲେ ଜଟଣୀ, ଧର୍ମଶାଳା କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ

Image source:

ଭୁବନେଶ୍ୱର,୧୬/୦୪: କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନି । ନିର୍ବାଚନ  ଯେତେ ପାଖୋଉଛି, ଗୋଷ୍ଠୀ କନ୍ଦଳ ସେତେ  ତୀବ୍ର ହେଉଛି । ଜଟଣୀରେ ସନ୍ତୋଷ ଜେନା ଓ ଧର୍ମଶାଳାରେ କିଶାନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି । ଟଙ୍କା ଦେଲେ କଂଗ୍ରେସ ଟିକଟ ମିଳୁଛି ବୋଲି ଏହି ନିର୍ବାଚନମଣ୍ଡଳୀର ଆଶାୟୀମାନେ ଅଭିଯୋଗ କରିଛନ୍ତି । କିଛି ଅସନ୍ତୁଷ୍ଟ କଂଗ୍ରେସ ନେତା ହୋହଲ୍ଲା ବି କରିଛନ୍ତି ।  

ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ  କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସରେ ଯିଏ ଯୋଗ୍ୟ ତାଙ୍କୁ ପ୍ରାର୍ଥୀ କରାଯାଇଛି । ଜିତିବାର ସମ୍ଭାବନାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି । ଏ ସମସ୍ତ ନିଷ୍ପତ୍ତି  ଏଆଇସିସି ନେଇଛି । ଟଙ୍କା ନେଇ ଟିକଟ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଯଦି ପ୍ରମାଣିତ  କରିଦେବେ, ରାଜନୀତିରୁ ସନ୍ୟାସ ନେଇଯିବି  ବୋଲି ଶରତ କହିଛନ୍ତି । 

ରବିବାର ୭୫ଟି ଆସନରେ କଂଗ୍ରେସ  ବିଧାୟକ ପ୍ରାର୍ଥୀ ଘୋଷଣା କରିଥିଲା । ଜଟଣୀ  ପାଇଁ ସନ୍ତୋଷ ଜେନାଙ୍କ ନାମ ଘୋଷଣା ପରେ ଦୌଡ଼ରେ ଥିବା ଅନ୍ୟତମ ଆଶାୟୀ ତଥା  ପୂର୍ବତନ ନଗରପାଳ ସୁରଙ୍କ ପୁତୁରା ସଂଗ୍ରାମ  ରାଉତରାୟଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହାଙ୍କୁ ଦଳ ଟିକଟ ଦେଇଛି ସେ  ଆଦୌ କଂଗ୍ରେସ ପରିବାରରେ ନଥିଲେ । କେବେ  ମିଶିଲେ ଓ କେମିତି ଟିକଟ ଦିଆଗଲା ତାହା  କଂଗ୍ରେସ କର୍ମୀଙ୍କ ମନରେ ସନ୍ଦେହ ଆଣିଛି ।  ଅନିୟମିତତା ହୋଇଥିବା ସେ ଅଭିଯୋଗ  ଆଣିଛନ୍ତି । ପୂର୍ବରୁ ମଧ୍ୟ ସଂଗ୍ରାମ ଓ ତାଙ୍କ  ସମର୍ଥକମାନେ କଂଗ୍ରେସ ଭବନରେ ହୋହଲ୍ଲା  କରିଥିଲେ । ସଂଗ୍ରାମଙ୍କୁ ଟିକଟ ନଦେଇ ଆଉ  କାହାକୁ ଦେଲେ ପରିସ୍ଥିତି ଖରାପ ହେବ ବୋଲି  ଖୋଲା ଚେତାବନୀ ଦେଇଥିଲେ ।  

ଅପରପକ୍ଷେ ବିଧାୟକ ସୁରେଶ  ରାଉତରାୟ କହିଛନ୍ତି, ମୋ ବଡ଼ ପୁଅ ସିଦ୍ଧାର୍ଥଙ୍କ  ପାଇଁ ସନ୍ତୋଷଙ୍କୁ ଟିକଟ ମିଳିଛି । ସିଦ୍ଧାର୍ଥଙ୍କୁ  କଂଗ୍ରେସ ପ୍ରଭାରୀ ଅଜୟ କୁମାର ବହୁତ ଭଲ  ପାଆନ୍ତି । ତେଣୁ ତା’ କଥାରେ ସନ୍ତୋଷଙ୍କୁ ଟିକଟ  ମିଳିଛି । ସେମାନେ ଦିଲ୍ଲୀ ଯାଇ କଂଗ୍ରେସରେ ମିଶିଛନ୍ତି ବୋଲି ସୁର କହିଛନ୍ତି ।  

ଅନୁରୂପ ଭାବେ ଧର୍ମଶାଳା ଆସନରୁ  ଅନ୍ୟତମ ଆଶାୟୀ ମଧୁସ୍ମିତା ଆଚାର୍ଯ୍ୟଙ୍କ  ସମର୍ଥକମାନେ ମଧ୍ୟ ହୋହଲ୍ଲା କରିଥିଲେ । କିଶାନ  ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ମଧୁସ୍ମିତାଙ୍କ  ସମର୍ଥକମାନେ ବିରୋଧ କରିଥିଲେ । ମାତ୍ର ପରେ  ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଏହି  ପ୍ରସଙ୍ଗ ଥମିଥିଲା । ମଧୁସ୍ମିତା ଆଗାମୀ ଦିନରେ  କଂଗ୍ରେସ କେମିତି ଭଲ ପ୍ରଦର୍ଶନ କରିବ, ସେ  ଦିଗରେ କାମ କରିବେ ବୋଲି କହିଛନ୍ତି

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.