ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଟୋଇଙ୍କୁ ମାଣ୍ଡିଆ ଯାଉ ପିଇବାକୁ ଦେବା ସହ ଉପକାରିତା ସମ୍ପର୍କରେ ବୁଝାଉଛନ୍ତି ଦମ୍ପତି

ମାଲକାନଗିରି,୧୧/୪ : ଖରାରେ ବାଟୋଇଙ୍କୁ ମାଣ୍ଡିଆ ଯାଉ ଯୋଗାଇବା ସହ  ଏହାର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି ଏକ ଗରିବ ଦମ୍ପତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାରେ। 

 ଏହି ଦମ୍ପତିଙ୍କ ଘର ମାଲକାନଗିରି ପୁରୁଣା ମେଡ଼ିକାଲ ଛକ ନିକଟ ଶାସ୍ତ୍ରୀ ନଗରରେ।ଚକ୍ରଧର ସୁନା(୩୫) ଓ ତାଙ୍କ ପତ୍ନୀ କଳ୍ପନା ସୁନା(୨୬) ଏହି ଦମ୍ପତି ଅତ୍ୟନ୍ତ ଗରିବ। ସେମାନେ ହାଟ ବଜାର ଓ ବସ୍ତି ବୁଲି ମାଣ୍ଡିଆ ଚୁନା, କାନ୍ଦୁଲ, ବିରି,ମୁଗ, କୋଳଥ,ହରଡ଼,ମସୁର ଡାଲି,ଅଁଳା,ଆଦି କୃଷି ଉତ୍ପାଦିତ ଓ ଜଙ୍ଗଲ ସଂଗୃହିତ ବିଭିନ୍ନ ସାମଗ୍ରୀ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଗତ କିଛି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୨ରୁ୪୩ ଡିଗ୍ରୀ କୁ ବୃଦ୍ଧି ପାଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ପ୍ରବଳ ଗରମ ଲାଗିରହିଥିଲା। ପ୍ରବଳ ଖରା ଓ ଗରମରେ ରାସ୍ତାରେ ଯାଉଥିବା ବାଟୋଇମାନଙ୍କ ଅବସ୍ଥା ଦେଖି ଏହି ଦମ୍ପତି ନିଷ୍ପତ୍ତି ନେଲେ ସେମାନେ କିପରି ଲୋକ ମାନଙ୍କ ଶୋଷ ଓ ଭୋକ ମେଣ୍ଟାଇ ପାରିବେ। ସେମାନେ ଜାଣିଥିଲେ ମାଣ୍ଡିଆ ଏମିତି ଏକ ଶସ୍ୟ ଯାହା ଶୋଷ,ଭୋକ ମେଣ୍ଟାଇବା ସହିତ ଶରୀର କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଶକ୍ତିଶାଳୀ କରିଥାଏ।ଏହି ଦମ୍ପତି ପୁରୁଣା ମେଡ଼ିକାଲ ଛକ ଗଛ ଛାଇ ରେ ଏକ ଠେଲା ଗାଡ଼ିରେ ମାଣ୍ଡିଆ ଯାଉ ରଖି ବାଟୋଇ ମାନଙ୍କୁ ପ୍ରଥମେ ଗ୍ଲାସେ ଲେଖା ପିଇବାକୁ ଦେଇଥିଲେ। ଏହି ମାଣ୍ଡିଆ ଯାଉ ପିଇବା ପାଇବା ପାଇଁ ଲୋକ ମାନଙ୍କ ଭିଡ଼ ଲାଗିଗଲା। ଏହି ଦମ୍ପତି ଗରିବ ହୋଇଥିବାରୁ ସବୁଦିନେ ମାଗଣାରେ ଦେବା ସେମାନଙ୍କ ପକ୍ଷେ ସମ୍ଭବପର ହେଲା ନାହିଁ। ତେଣୁ ସେମାନେ ଏହି ଗତ ତିନିଦିନ ହେଲା ମାଣ୍ଡିଆ ଯାଉ ଗ୍ଲାସ କୁ ମାତ୍ର ୧୦ଟଙ୍କା ଲେଖା ମୁଲ୍ୟରଖି ବାଟୋଇ ଓ ଅନ୍ୟଲୋକ ମାନଙ୍କର ଶୋଷ ଓ ଭୋକ ମେଣ୍ଟାଉଛନ୍ତି। ଏଥି ସହିତ ମଣ୍ଡିଆ ଏକ ନିରୋଗ ଖାଦ୍ୟ,ଏହାକୁ ଡାଇବେଟିସ ରୋଗୀ ସହିତ ଅନ୍ୟ ସମସ୍ତେ ଖାଇପାରିବେ। ଏଥିରେ କାଲସିଏମ, ଫାଇବର,ପୁଷ୍ଟିକର ଭରପୁର ଥିବାର ଏହାକୁ ସମସ୍ତେ ବ୍ୟବହାର କରି ନିରୋଗ ରୁହନ୍ତୁ ବୋଲି ଲୋକ ମାନଙ୍କୁ ବୁଝାଇ ଚାଲି ଛନ୍ତି।

 ମଣ୍ଡିଆ ଚୁନାକୁ ଗୋଟିଏ ଦିନ ପୂର୍ବରୁ ପାଣିରେ ଵତୁରାଇ ରଖା ଯାଇଥାଏ। ତାପରଦିନ ଏକ ହାଣ୍ଡିରେ ପାଣି ଫୁଟାଇ ସେଥିରେ ଚାଉଳ ଖୁଦ ପକାଇ ଵତୁରା ଯାଇଥିବା ମଣ୍ଡିଆ ଚୁନା କୁ ଖିରି ପରି ରନ୍ଧା ଯାଏ । ମଣ୍ଡିଆ ଯାଉ ପ୍ରସ୍ତୁତ ହୋଇଗଲା ପରେ କିଏ ଲୁଣ ପକାଇ ତ ଅଉକିଏ ଦହି ପକାଇ ପିଇ ଥାନ୍ତି। ମଣ୍ଡିଆ ଚୁନା ରୁ ମାଣ୍ଡିଆ ଯାଉ ସହିତ,ମାଣ୍ଡିଆ ପିଠା,ମାଣ୍ଡିଆ ବରା, ପକୁଡି,କେକ, ରସଗୋଲା ବିଭିନ୍ନ ଜଳଖିଆ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ ବୋଲି ଚକ୍ରଧର ଙ୍କ ପତ୍ନୀ କଳ୍ପନା କହିଛନ୍ତି। 

ଅନ୍ୟପକ୍ଷରେ କଳ୍ପନାଙ୍କର ଏବେ ବି ଅଧିକ ପାଠ ପଢିବା ପାଇଁ ଇଚ୍ଛା ରହିଛି। ସେ ବିବାହ ସମୟରେ   ଦଶମ ପର୍ଯ୍ୟନ୍ତ ପଢ଼ି ଥିଲେ। ମେଟ୍ରିକ ପରୀକ୍ଷା ଦେଇ ଦେଇ ପାରି ନଥିବାରୁ ଚଳିତ ବର୍ଷ ସେ ମେଟ୍ରିକ ପରୀକ୍ଷା ଦେଇଛନ୍ତି,ମେଟ୍ରିକ ପାସ ପରେ  ଅଧିକ ପଢିବା ପାଇଁ ତାଙ୍କର ଇଛା ରହିଛି ହେଲେ ଅର୍ଥପ୍ରତିବନ୍ଧକ ସାଜିଛି। ତଥାପି ହାରି ଯାଇ ନାହାନ୍ତି ଏହି ଦମ୍ପତି। ପରିଶ୍ରମ କରି ଅର୍ଥ ରୋଜଗାର କରିବାର ଏକ ନିଆରା ମଜା। ଖରା ଦିନ ତମାମ ସେମାନେ ବାଟୋଇ ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ମଣ୍ଡିଆ ଯାଉ ଯୋଗାଇ ଦେବେ ବୋଲି ଏହି ଦମ୍ପତି କହିଛନ୍ତି।

ଆହୁରି ପଢନ୍ତୁ : ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରେ ତ୍ରିମୁଖୀ ଲଢେଇ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.