ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଜାଲରେ ପଡିଲା ବିଶାଳକାୟ କୁମ୍ଭୀର, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ

ଭୋଗରାଇ ୧୩/୧୧: ଜାଲରେ ପଡିଲା ନଦୀରେ ବୁଲୁଛି ବିଶାଳକାୟ କୁମ୍ଭୀର। ଯାହାକୁ ନେଇ ଆତଙ୍କିତ ଥିଲେ ଅଞ୍ଚଳବାସୀ। ଭୟରେ ନଦୀକୁ ମାଛ ଯାଉ ନଥିଲେ ଲୋକେ। କୁମ୍ଭୀରଟି ଜାଲରେ ପଡିବା ପରେ ଦେଖିବାକୁ ଗ୍ରାମବସୀ ଭିଡ ଜମାଇଥିଲେ।

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତର କୁଣ୍ଡୁଳି ଗ୍ରାମର ପାର୍ଶ୍ୱ ଦେଇ ଯାଇଥିବା ଡୁବଡୁବି ନଦୀରେ ଦେଖିବାକୁ ମିଳିଛି ବିଶାଳକାୟ କୁମ୍ଭୀର। ଗତକାଲି କିଛି ଲୋକ ମାଛ ମାରିବାକୁ ଯାଇଥିବା ବେଳେ  କୁମ୍ଭୀରଟି ପାଣିରେ ଭାସୁଥିବା ଦେଖିଥିଲେ। ଲୋକମାନେ ଭୟରେ ପାଟି କରିବାରୁ କୁମ୍ଭୀରଟି ପଳାଇ ଯାଇ ଥିଲା। ଏହି ସମୟରେ କିଛି ଲୋକ ଭିଡିଓ ଉତ୍ତୋଳନ କରି ଥିଲେ, ଯାହାର ଭିଡିଓ ମୋବଇଲରୁ ମୋବଇଲ ଘୁରି ବୁଲୁଥିଲା।

ଏଇ ନଦୀ ଉପରେ ଅଞ୍ଚଳର ପାଖାପାଖି ୭୦ ପ୍ରତିଶତ ଲୋକେ ମାଛମାରୀ ଜୀବିକା ନିର୍ବାହ କରିଥାନ୍ତି। ଏହି କୁମ୍ଭୀର ଦେଖିବା ପରେ ଭୟରେ ମାଛ ମାରିବା ପାଇଁ ଯାଉ ନାହାଁନ୍ତି। ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲ। ବନ ବିଭାଗ ଘଟଣା ସ୍ଥଳରେ ପଞ୍ଚିଲା ସମୟରେ କୁମ୍ଭୀରଟି ନଦୀରେ ଦେଖା ଯାଇ ନ ଥିଲା। ବନ କର୍ମଚାରୀ ତଦନ୍ତ କରିବା ପରେ ନଦୀରେ କୁମ୍ଭୀର ବୁଲୁ ଥିବା ଜାଣିବାକୁ ପାଇଥିଲେ।

ପୂର୍ବରୁ ଏହି ନଦୀରେ କେବେବି କୁମ୍ଭୀର ଦେଖିବାକୁ ମିଳିନଥିଲା। ହଠାତ୍ ଏହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଲୋକେ।ନଦୀଟି କଷାଫଳ ନିକଟରେ ସମୁଦ୍ରରେ ମିଶିଥିବାରୁ ଜୁଆର ସମୟରେ ଭାସି ଆସିଥିବା ଅନୁମାନ କରାଯାଉଛି।


Copyright © 2022 - Summa Real Media Private Limited. All Rights Reserved.