ଯାଜପୁର,୧୯/୪ : ଘରେ ପଶି ଯୁବକଙ୍କ ଗଳା କାଟି ହତ୍ୟା କଲେ ଅନ୍ୟ ଜଣେ ଯୁବକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି । ଏଭଳି ଘଟଣା ଯାଜପୁର ଟାଉନ ଥାନା ଅଞ୍ଚଳ ସାନ ବଜାର ଗାଁରେ ଘଟିଛି । ଗ୍ରାମର ଜୟଦେବ ମହାଳିକଙ୍କ ଘରେ ପଶି ଅଭିଯୁକ୍ତ ଜଣଙ୍କ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି । ପରେ ହତ୍ୟାକାରୀ ମାନସ ରଞ୍ଜନ ପଣ୍ଡା ଟାଉନ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ମୃତଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି ।