ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଏବେ ୨୪ ଘଣ୍ଟାରୁ ଅଧିକ ଲମ୍ବା ହେବ ଦିନ ? ପୃଥିବୀର ଘୂର୍ଣ୍ଣନ ଗତିକୁ ନେଇ ବୈଜ୍ଞାନିକଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୧୫।୬: ଆମେ ସମସ୍ତେ ଜାଣିଛୁ ୨୪ ଘଣ୍ଟାରେ ଥରେ ଦିନ ଓ ରାତି ହୁଏ। ସେଭଳି ଦିନ ଓ ରାତିକୁ ମିଶାଇ ଆମର ଗୋଟିଏ ଦିନ ଶେଷ ହୁଏ। ହେଲେ ବୈଜ୍ଞାନିକମାନେ ପୃଥିବୀ ଉପରେ ଦିନର ସମୟକୁ ନେଇ ଦେଇଛନ୍ତି ଆଶ୍ଚର୍ଯ୍ୟକର ତଥ୍ୟ। ଏକ ରିସର୍ଚ୍ଚ ଅନୁସାରେ, ପୃଥିବୀର ଇନ୍‌ର କୋରର ଘୂର୍ଣ୍ଣନ ଗତି ଲଗାତାର ମନ୍ଥର ହେଉଛି। ଏହାର ପ୍ରଭାବ ପୃଥିବୀର ଘୂର୍ଣ୍ଣନ ଗତି ଉପରେ ମଧ୍ୟ ପଡିବ ଓ ଲମ୍ବା ହୋଇଯିବ ଦିନ। ବୈଜ୍ଞାନିକଙ୍କ ମତରେ ଏହି ପ୍ରକିୟା ୨୦୧୦ ରୁ ଆରମ୍ଭ ହୋଇଛି। ଏବେ ପୂର୍ବ ଅପେକ୍ଷା ଦିନର ସମୟ ଅଧିକ ବଡ଼ ହୋଇଯିବ। ଇନ୍‌ର କୋରର ଘୂର୍ଣ୍ଣନରେ ପରିବର୍ତ୍ତନ କାରଣରୁ ଦିନ ୨୪ ଘଣ୍ଟାରୁ ଅଧିକ ଲମ୍ବା ହୋଇପାରେ।

ପୃଥିବୀର ଇନର କୋରରେ ଏକ ଶକ୍ତ ସ୍ତର  ରହିଛି, ଯାହାକି ଲୁହା ଓ ନିକେଲରେ ତିଆରି ହୋଇଥାଏ। ଏହାର ଚାରିପଟେ ତରଳିଥିବା ଧାତୁ ଖୁବ୍ ଗରମ ଓ ତରଳ ଅବସ୍ଥାରେ ରହିଛି। ପୃଥିବୀର ତିନୋଟି ଲେୟାରରେ ମେଟାଲ ଓ କ୍ରଷ୍ଟ ଅଛି। ବୈଜ୍ଞାନିକଙ୍କୁ ପୃଥିବୀର ଇନର କୋର୍‌ ବିଷୟରେ ସୂଚନା ସିସ୍‌ମିକ୍ ତରଙ୍ଗ ଜରିଆରେ ମିଳିଥାଏ। ଭୂକମ୍ପ ସମୟରେ ରେକର୍ଡ କରାଯାଇଥିବା କମ୍ପନରୁ ଏହି ଅଧ୍ୟନୟ ହୋଇଛି। 

କାର୍ଲିଫର୍ଣ୍ଣିଆ ୟୁନିଭର୍ସଟିର ବୈଜ୍ଞାନିକ ନେଚର ଜର୍ଣ୍ଣାଲରେ କହିଛନ୍ତି, ଯଦି ଏହି ଟ୍ରେଣ୍ଡ ବଜାୟ ରହେ, ତେବେ ଦିନର ସମୟ ବଦଳି ଯିବ। ଏଥିରେ ସେକେଣ୍ଡର ଏକ ଅଂଶରେ ଫରକ୍ ଆସିବା ଆରମ୍ଭ ହୋଇଯିବ, ଯାହାକି ଲଗାତାର ବଢିବାରେ ଲାଗିବ। ପୃଥିବୀର ଇନର କୋରକୁ ନେଇ ବିଭିନ୍ନ ପ୍ରକାର ବିତର୍କ ଚାଲିଛି। କିଛି ବୈଜ୍ଞାନିକ କହିଛନ୍ତି, ଏହା ପୃଥିବୀର ଘୂର୍ଣ୍ଣନ ଗତିଠାରୁ ଅଧିକ ଦ୍ରୁତରେ ଘୁରିଥାଏ। ସେଭଳି କିଛି ଲୋକଙ୍କ କହିବା ଅନୁସାରେ, ମ୍ୟାଗ୍ନେଟିକ୍‌ ଫିଲ୍ଡ କାରଣରୁ ଏହାର ଘୂର୍ଣ୍ଣନ ପୃଥିବୀର ଘୂର୍ଣ୍ଣନଠାରୁ କମ୍ ରହିଥାଏ। ତେବେ ଏହି କଥାକୁ କେହି ଖଣ୍ଡନ କରିପାରିବେନି ଯେ, ଇନର କୋରରୁ   ବ୍ୟାକ୍ ଟ୍ରେକିଂ ହୋଇଥାଏ। ଏହାର ପ୍ରଭାବ ପୃଥିବୀର ଘୂର୍ଣ୍ଣନ ଉପରେ ପଡିଥାଏ।  

ଆଉ ଏକ ଷ୍ଟଡିରେ କୁହାଯାଇଛି, ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ପାହାଡର ଗ୍ଲାସିୟର ଓ ଆଣ୍ଟାର୍କଟିକାର ବରଫ ଦୃତ ଗତିରେ ତରଳୁଛି ଓ ଏହି କାରଣରୁ ପୃଥିବୀର ଘୂର୍ଣ୍ଣନ ଧିମା ହେଉଛି। ଫଳରେ ଏବେ ଦିନ ଲମ୍ବା ହେବାକୁ ଯାଉଛି। ୧୯୭୨ ପରେ କିଛି ବର୍ଷରେ ଲିପ୍ ସେକେଣ୍ଡ ଯୋଡିବାକୁ ପଡିଥାଏ। ଏଥିରୁ ଜଣାଯାଉଛି ଯେ, ପୃଥିବୀ ସବୁବେଳେ ଗୋଟିଏ ପ୍ରକାର ଗତିରେ ଘୁରି ନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.