ମାଲକାନଗିରି, ୧୦/୮(ଆପ୍ର ) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ଅଧୀନସ୍ଥ ପୋଟ୍ରେଲ ଟେକଗୁଡା ରାସ୍ତାକଡ଼ରୁ ଜଣେ ଯୁବକର ମୃତଦେହ ପୋଲିସ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟକୁ ଏକ ବାଇକ ମଧ୍ୟ ଜବତ କରିଛି। ଏହା ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ମୃତ ଜଣକ ହେଉଛନ୍ତି ପୋଟ୍ରେଲ ଗ୍ରାମର ରାହୁଲ ପାଙ୍ଗି(୨୫)।
ପୋଟ୍ରେଲ ଗ୍ରାମର ରାଜୁ ପାଙ୍ଗିଙ୍କ ବଡପୁଅ ରାହୁଲ ପାଙ୍ଗି ଗତ କାଲି ରାତ୍ର ରେ କୌଣସି କାମରେ ବାହାରକୁ ଯାଇ ବିଳମ୍ବିତ ରାତ୍ରିର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ଆଜି ସକାଳେ ପୋଟ୍ରେଲ ଛକ ନିକଟ ରାସ୍ତା କଡ ଏକ ବୁଦା ମୂଳରେ ରାଜୁ ଙ୍କ ମୃତଦେହ ପଡିଥିବାର ଖବର ପାଇଥିଲେ। ମୃତ ରାହୁଲଙ୍କ ମୁହଁରେ ଗଭୀର ଆହତ ଲାଗିବା ସହିତ ନିଜର ବାଇକ ନଂ-ଓଡି୩୦ଏଫ୬୮୪୫ଟି ପାଖରେ ପଡିଛି । ଏନେଇ ପରିବାର ଲୋକେ କୋରୁକୋଣ୍ଡା ଥାନା ରେ ଜଣାଇଥିଲେ। ଖବର ପାଇ କୋରକୁଣ୍ଡା ଥାନାଅଧିକାରୀ ହିମାଂଶୁ ଶେଖର ବାରିକ ପୁଲିସ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚ ମୃତ ଶରୀର କୁ ଜବତ କରି ବ୍ୟବଛେଦ ପାଇଁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଛେଦ ପରେ ପରିବାରକୁ ପୁଲିସ ମୃତଶରୀର ହସ୍ତାନ୍ତର କରିଛନ୍ତି। ପୁଲିସର ପ୍ରାଥମିକ ତଦନ୍ତ ଓ ପରିବାରର ଲୋକଙ୍କ କହିବା ଅନୁଯାଇ କୌଣସି ଏକ ଅଜଣା ଗାଡି ଧକ୍କାରେ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।