ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

‘ଡେଥ୍ ଚାମ୍ବର ପାଲଟିଛି IAS କୋଚିଂ ସେଣ୍ଟର, ଛାତ୍ରଙ୍କ ଜୀବନ ସହ ଖେଳୁଛନ୍ତି’: ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଳୀ,୫।୮:  ଦିଳ୍ଲୀରେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କୋଚିଂ ସେଣ୍ଟରର ୩ ଛାତ୍ରଙ୍କ ମୃତ୍ୟୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ କୋଚିଂ ସଂସ୍ଥାରେ ସୁରକ୍ଷା ନିୟମ ସୁନିଶ୍ଚିତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଅନଲାଇନ୍ କ୍ଳାସ ଚାଲୁ। କୋର୍ଟ କହିଛନ୍ତି, କୋଚିଂ ସେଣ୍ଟର ଗୁଡିକ  ପ୍ରତିଯୋଗୀଙ୍କ ଜୀବନ ସହିତ ଖେଳୁଛନ୍ତି, ଯେଉଁଠିକୁ ଦେଶର ଅଲଗା ଅଲଗା ରାଜ୍ୟକୁ ଆସି ପିଲାମାନେ ପଢିଥାନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ଓ ଦିଲ୍ଲୀର ସରକାରଙ୍କୁ ନୋଟିସ୍‌ ଦେଇ ଜବାବ୍ ମାଗିଛନ୍ତି କିଭଳି ସୁରକ୍ଷା ମାପଦଣ୍ଡ ପାଳନ କରାଯିବ। 

ଖଣ୍ଡପୀଠ କହିଛନ୍ତି, ଏହି ଘଟଣା ଆଖି ଖୋଲିବାକୁ ଯାଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, ଏହା ଡେଥ୍ ଚାମ୍ବର ପାଲଟିଛି। କୋଚିଂ ସଂସ୍ଥା ସେ ପର୍ଯ୍ୟନ୍ତ ଅନଲାଇନ୍ କ୍ଳାସ ଚଳାଇ ପାରିବେ। ଯେଉଁ ପର୍ଯ୍ୟନ୍ତ ସେଫଟିର ସବୁ ମାନକ ପାଳନ କରାଯାଇ ନାହିଁ। କୋଚିଂ ସଂସ୍ଥା ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି।’

ସୁରକ୍ଷା ନିୟମର ପାଳନ ନକରିବା କାରଣରୁ କୌଣସି ସଂସ୍ଥାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ସୁପ୍ରିମକୋର୍ଟ ନିଜ ନିର୍ଦେଶରେ କହିଛନ୍ତି, ସବୁ କୋଚିଂ ସଂସ୍ଥାକୁ ଫାୟାର ସେଫଟି ନିୟମର ପାଳନ କରିବା ଦରକାର। ଦିଳ୍ଲୀ ମାଷ୍ଟର ପ୍ଲାନ୍ ୨୦୨୧ ଅନୁସାରେ ପୁରା ମାନଦଣ୍ଡ ପାଳନ କରାଯାଉ। ଏହାଛଡା  ଯେଉଁ ପର୍ଯ୍ୟନ୍ତ ମାନଦଣ୍ଡକୁ ପୁରା ପାଳନ କରାନଯାଏ ସେ ପର୍ଯ୍ୟନ୍ତ କୋଚିଂ ସଂସ୍ଥା ଗୁଡିକ ଅନଲାଇନ୍ କ୍ଲାସ ଚଳାନ୍ତୁ। ଯୁବପୀଢିଙ୍କ ଜୀବନକୁ ଆମେ ବିପଦରେ ପକାଇ ପାରିବୁନି। ସୁରକ୍ଷିତ ବାହାରିବାର ବାଟ, ଭଲ ଭାବରେ ଲାଇଟ୍ ଆସୁଥିବା, ବାୟୁ ଚଳାଚଳ ସ୍ଥାନ ଏବଂ ଅଗ୍ନିକାଣ୍ଡର ମୁକାବିଲା କଲା ଭଳି ସବୁ ସୁରକ୍ଷା ବନ୍ଦୋବସ୍ତକୁ ଦୃଷ୍ଟି ଦିଆଯିବ ଦରକାର।ଉଲ୍ଲେଖନୀୟ ଯେ, ଦିଲ୍ଲୀର ରାଜେନ୍ଦ୍ର ନଗରରେ ବର୍ଷା ପାଣି ଯୋଗୁଁ ବେସ୍‌ମେଣ୍ଟରେ ଜଣେ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.