ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି: ବଡଦେଉଳକୁ ପ୍ରବେଶ କଲେ ଦଇତାପତି ସେବକ

ପୁରୀ,୨୦/୦୬: ଆସନ୍ତା ୨୨ ତାରିଖ ଶନିବାର ଦେବ ସ୍ନାନ ପୂର୍ଣ୍ଣିମା । ରତ୍ନସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଦାରୁବ୍ରହ୍ମ । ସ୍ନାନଯାତ୍ରା ଓ ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି। ସଂଧ୍ୟା ଧୂପ ପରେ ଦଇତପତି ମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ। 

ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠ ସୁଆଂସିଆ ସେବକମାନେ ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ। ଏ ସମସ୍ତ ନୀତି ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.