ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ମାଥିଲିରେ ବ୍ୟାପିଲା ଝାଡାବାନ୍ତି, ୧୭ ଆକ୍ରାନ୍ତ, ଗାଁରେ ପହଁଚିଲେ ଡାକ୍ତରୀ ଟିମ୍

ମାଲକାନଗିରି/ମାଥିଲି,୧୧/୭ : ଗତ କିଛିଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗିରହିବା ଦ୍ୱାରା ମଶାମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗାଁ ଗାଁରେ ଝାଡାବାନ୍ତି ସହିତ ମ୍ୟାଲେରିଆ ରୋଗ ମାଡିଚାଲିଛି। ଗତ ୨ ଦିନ ମଧ୍ୟରେ କେବଳ ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଛି। ଗୋଟିଏ ଗ୍ରାମରୁ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି ଗାଁରେ ଡାକ୍ତରୀ ଟିମ୍ ପହଁଚି ଚିକିତ୍ସା ଆରମ୍ଭ କରିଦେଇଛନ୍ତି।

ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ କୋପ୍ରା ଗ୍ରାମ ମାଡ଼ି ସାହିରେ ୧୭ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ୯ ଜଣଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଜାଣିବା ପରେ ମାଥିଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଅମୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଅନ୍ୟ ୪ ଜଣଙ୍କୁ ଚିକିତ୍ସା କରୁଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ର କହିଛନ୍ତି ଯେ, ଜିଲ୍ଲା ସଦର ମହାକୁମାରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏ. ହୁସେନ ଓ ଡାକ୍ତର ଦୁର୍ଗାପ୍ରସାଦ ରାଜଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଡାକ୍ତର ଦଳ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି। କେଉଁ କାରଣରୁ ଝାଡାବାନ୍ତି ରୋଗ ବ୍ୟାପୁଛି ତାହାର ଅନୁସନ୍ଧାନ କରୁଛନ୍ତି । ଗାଁରେ ଥିବା ଅନ୍ୟମାନଙ୍କୁ ମଧ୍ୟ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ଚିକିତ୍ସା କରାଯାଉଛି।

ଗ୍ରାମରେ ସ୍ୱତନ୍ତ୍ର ଭାବେ ପାନୀୟ ଜଳ ଟ୍ୟାଙ୍କର ପହଁଚିଛି। ଗାଁକୁ ବିଶୋଧିତ କରାଯାଇଛି। ପ୍ରାଥମିକ ତଦନ୍ତରୁ ବଣୁଆ ଛତୁ ଖାଇବା ଓ ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଝାଡାବାନ୍ତି ହେଉଥିବା ଜଣାପଡିଛି। ତଥାପି ଗୋଟିଏ ଗାଁରୁ କିପରି ଏତେ ସଂଖ୍ୟରେ ଆକ୍ରାନ୍ତ ହୋଇଛନ୍ତି ସେ ସମ୍ପର୍କରେ ଅଧିକ ଅନୁସନ୍ଧାନ ପାଇଁ ପାଣି, ଖାଦ୍ୟ, ଛତୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ସମସ୍ତ ଆକ୍ରାନ୍ତ ବିପଦମୁକ୍ତ ଅଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହାପାତ୍ର କହିଛନ୍ତି।

ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ କମଳ ଲୋଚନ ସମରଥ (୨୫ ବର୍ଷ), ମୋତି ସିଂ ଦୋରା (୨୩ ବର୍ଷ), ହରି ପୂଜାରୀ (୩୫ ବର୍ଷ), ମୁକୁନ୍ଦ ଦୋରା (୨୫ ବର୍ଷ), ଲଳିତା ପୂଜାରୀ (୩୦ ବର୍ଷ), ସମ୍ୱନ୍ଧ ସମରଥ (୪୦ ବର୍ଷ), କମଳ ଲୋଚନ ପୂଜାରୀ (୨୫ ବର୍ଷ) , ଶୁକ୍ରୀ ସମରଥ (୨୫ ବର୍ଷ),  ଚିକିତ୍ସା ହେଉଥିବା ବେଳେ ଗାଁରେ ଡାକ୍ତରୀ ଦଳ ଦେବବନ୍ଧୁ ପୂଜାରୀ( ୪୦ ବର୍ଷ), ଖଗ ଦୋରା (୨୫ ବର୍ଷ), କମଳା ଦୋରା (୧୬ ବର୍ଷ), ଦନେଇ ଦୋରା (୨୪ ବର୍ଷ)ଙ୍କୁ ଚିକିତ୍ସା କରାଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.