ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଇଦୁଲ୍ ଫିତର୍ ମହାସମାରୋହରେ ପାଳିତ

ନୟାଗଡ଼, ୧୧/୪ : ନୟାଗଡ଼ ସିନ୍ଦୁରିଆ ସ୍ଥିତ ଇଦଗାହ ଠାରେ ଜିଲ୍ଲାସ୍ତରୀୟ ଇସଲାମ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ଼ ପର୍ବ ଇଦୁଲ୍ ଫିତର୍ ପାଳିତ ହୋଇଯାଇଛି। ମଉଲାନା ଜଲାଲୁଦ୍ଦି ଖାଁ ମିଫତାହୀଙ୍କ ଇମାମତଙ୍କ ନେତୃତ୍ୱରେ ପୂର୍ବାହ୍ନ ୯ଟାରେ ପାଳନ ହୋଇଯାଇଛି। ସିନ୍ଦୁରିଆ ତଥା ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ସ୍ଥାନୀୟ ଇଦଗାହ୍ ଠାରେ ଏକତ୍ରିତ ହୋଇ ଇଦ୍ ନମାଜ ପଢ଼ିଥିଲେ। ଆଜିର ସମାରୋହରେ ଅନେକ ହିନ୍ଦୁଭାଇ ତଥା ଅନ୍ୟ ଧର୍ମାବଲମ୍ବୀ ଅଧିବାସୀ ଇଦଗାହ୍ ଠାରେ ଏକତ୍ରିତ ହୋଇ ମୁସଲିମ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ସାହୁ ଓ ସମାଜସେବୀ ଶ୍ରୀକାନ୍ତ ଖଟେଇ ପ୍ରମୁଖ ସାମୁହିକ ନମାଜ ପାଠରେ ସାମିଲ ହୋଇ ସଭିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଇସଲାମିକ କ୍ୟାଲେଣ୍ଡର ବର୍ଷର ରମଜାନ ମାସ ହେଉଛି ପବିତ୍ର ମାସ। ଏହି ମାସର ଆରମ୍ଭରେ ଚନ୍ଦ୍ର ଦର୍ଶନ କରି ମୁସଲିମ ଭାଇ ଭଉଣୀମାନେ ରୋଜା ତଥା ଉପବାସ ରଖନ୍ତି। ରାତିରେ ସାମୁହିକ ତରାୱୀ ନମାଜ ପାଠ କରାଯାଏ। ମାସ ତମାମ ପୁଣ୍ୟ ଅର୍ଜନ କରିବା ସହିତ ଅସହାୟ ମାନଙ୍କୁ ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ଦାନ ଧର୍ମ କରନ୍ତି। ରମଜାନ ମାସ ଶେଷ ଦିନର ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ମାସବ୍ୟାପି ରୋଜା ବା ଉପବାସ ଭଙ୍ଗ କରାଯାଇ ତାପର ଦିନ ଇଦ୍ ପର୍ବ ପାଳନ କରାଯାଏ। ଆଜିର ଇଦ୍ ନମାଜ ଅବସରରେ ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରୀ, ଭାଇଚାରା ଓ ସଦଭାବନା ପାଇଁ ପ୍ରାର୍ଥନା କରାଯାଇଥିଲା । ନମାଜ ପାଠ ଶେଷରେ ମୁସଲିମମାନେ ପରସ୍ପରକୁ ଆଲିଙ୍ଗନ ସହିତ କରମର୍ଦନ କରି ଶୁଭେଚ୍ଛା ଜଣାଇଥାନ୍ତି।









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.