ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲେଖିକା ଦୁଷ୍କର୍ମ ମାମଲାରେ ସାକ୍ଷ ରଖିଲେ ଡୋନାଲ୍ଡ ଟ୍ରମ୍ପ, ବାଇଡେନ ସରକାର ଉପରେ ଲଗାଇଲେ ଅଭିଯୋଗ…

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ନିଜର ସାକ୍ଷ ପ୍ରମାଣ ରଖିଛନ୍ତି । ନ୍ୟୁ ହାମ୍ପସାୟାର କାଂକସରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏହି ସାକ୍ଷ ମିଳିଛି । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବିରୋଧରେ ଚାଲିଥିବା ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହା ପଛରେ ଡେମୋକ୍ରାଟିକ ସରକାରର ହାତ ରହିଛି । ତାଙ୍କୁ ହ୍ବାଇଟ୍ ହାଉସକୁ ନ ଫେରିବା ପାଇଁ ଏସବୁ କରାଯାଉଛି ବୋଲି ଟ୍ରମ୍ପ କହିଛନ୍ତି । 

ଲେଖିକା ଜୀନ୍ କୌରୋଲ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଜୀନ କୌରୋଲ ଏହି ମାନହାନୀ ମାମଲା ନ୍ୟୁୟର୍କର ଫେଡେରାଲ କୋର୍ଟରେ ଦାଖଲ କରିଥିଲେ, ଏହାର ପ୍ରତିବଦଳରେ ସେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଏକ ମିଲିୟନ ଡଲାର କ୍ଷତିପୂରଣ ଦାବି କରିଥିଲେ । ଗୁରୁବାର ଦିନ ଟ୍ରମ୍ପ ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି । ଶୁକ୍ରବାର ମଧ୍ୟ ଏହି ପ୍ରସଙ୍ଗରେ ଶୁଣାଣି ହେବ । ଜୀନ କୌରୋଲ ଅଭିଯୋଗ କରିଛନ୍ତି ଯେ ୧୯୯୦ ଦଶକରେ ମ୍ୟାନହଟାନର ବର୍ଗଡୋର୍ଫ ଗୁଡମ୍ୟାନ୍ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ରେ ଥିବା ଏକ ଡ୍ରେସିଂ ରୁମରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ଚାଲୁଅଛି, ଯେଉଁଥିରେ ୨୦୨୦ ନିର୍ବାଚନ ଫଳାଫଳ ବିଶୃଙ୍ଖଳିତ କରିବା ଅଭିଯୋଗରେ ଜଣେ ନାଗରିକ ମାମଲା ରୁଜୁ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.