ଗୋଛାପଡା ୧୪/୯ ଫିରିଙ୍ଗିଆ ବ୍ଲକରେ ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ବେଳେ ପୋଲ ଭାଙ୍ଗିବା ସହ ଯୋଗାଯୋଗ ବିଛିନ୍ନ ହୋଇଛି l ନଦୀରେ ଜଳ ସ୍ତର ବଢିଥିବା ବେଳେ ବହୁ ସ୍ଥାନରେ ବିଛିନ୍ନ ହୋଇ ଯାତାୟତ ବାଧା ପ୍ରାପ୍ତ ହୋଇଛି l
ଉପାନ୍ତ ଅଞ୍ଚଳ କୁଏର ମାଣ୍ଡୁ ପଞ୍ଚାୟତ ର କନ୍ଦଣୀ ଗାଁ ନିକଟରେ ପୋଲ ଭାଙ୍ଗିବାରୁ ପାଦେରୀ ପଡା, କଲମ ପଡା, ମାଝୀ ପଡା, ଦୁବ ସରା, ବେରେଣୀ, କୋଲେଟ ପଡା, ବାରା ହାଲା, ପିଲା ପଦର, ଗାଁ ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି l ସେହିଭଳି ସୁମେରୁ ବନ୍ଧ ପଞ୍ଚାୟତ ରାତା ମାସ୍କା ଗାଁ ରାସ୍ତା ବର୍ଷାରେ ଧୋଇ ହୋଇ ଥିବାରୁ ଯାତାୟତ ବାଧା ପ୍ରାପ୍ତ ହୋଇଛି l
କାଶିନୀ ପଦର ପଞ୍ଚାୟତର ଗୋପୀଙ୍ଗିଆ କ୍ଷୁଦ୍ର ଜଳ ସେଚନ ଡ୍ୟାମ ରେ ବର୍ତ୍ତମାନ ଚଳିତ ବର୍ଷ ହୁଡ଼ା କାର୍ଯ୍ୟ କରା ଯାଇଥିବା ବେଳେ ବର୍ଷା ଯୋଗୁଁ ହୁଡ଼ା ଧୋଇ ହୋଇ ବହୁ କ୍ଷୟ କ୍ଷତି ହୋଇଛି ଯାହାକୁ ନେଇ ସେହି ଅଞ୍ଚଳ ରେ ତଳ ଗାଁ ଗୁଡିକ ରେ ଭୟ ସୃଷ୍ଟି ହୋଇଛି l ବାଘ ନଦୀ ଜଳ ସ୍ତର ବଢିଥିବା ବେଳେ ଲୁଇସିଂ ପଞ୍ଚାୟତ ର କେଡ଼ିଯୋଡି ନାଳ ରେ ଜଳ ସ୍ତର ବଢ଼ି ରାସ୍ତାରେ ପାଣି ବଢ଼ି ହୋଇ ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି l
ଆହୁରି ପଢନ୍ତୁ : ପୋଲ ଉପରେ ୫ ଫୁଟର ପାଣି , ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ