ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌ର ଆଉ ଜଣେ ବିଧାୟକଙ୍କ ଘରେ ଇଡିର ଚଢ଼ାଉ, ମୋଦିଙ୍କ ବିରୋଧରେ ଟ୍ବିଟ କରି ଆସିଥିଲେ ଚର୍ଚ୍ଚାକୁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯିବା ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଉ ଜଣେ ଆପ୍‌ ବିଧାୟକଙ୍କ ଘରେ ଚଢ଼ାଉ କରିଛି । ଶନିବାର ସକାଳେ ଇଡି ଟିମ୍‌ ଦିଲ୍ଲୀର ମାଟିୟାଲ ଅଞ୍ଚଳରେ ଥିବା ବିଧାୟକ ଗୁଲାବ ସିଂହ ଯାଦବଙ୍କ ଘରେ ପହଞ୍ଚିଛି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ, ଇଡି ଅଧିକାରୀ ବିଧାୟକଙ୍କ ଘରେ ଛାନଭିନ କରିଛନ୍ତି । ତେବେ କେଉଁ ଅଭିଯୋଗ ଆଧାରରେ ତାଙ୍କ ଘରେ ଇଡି ରେଡ୍‌ କରିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ। 

 ସେପଟେ ଏହାକୁ ନେଇ ଆମ୍‌ ଆଦମୀ ପାର୍ଟି ବିରୋଧ କରିଛି । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଦଳ ପ୍ରଶ୍ନ ଉଠାଇଛି । କେନ୍ଦ୍ର ସରକାରଙ୍କ ଇସାରାରେ ଇଡି କାମ କରୁଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଆପ୍‌ କହିଛି । ଯେପରି କୌଣସି ବି ନେତା କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ନଉଠାଇ ପାରିବେ ସେଥିପାଇଁ ଜାଣିଶୁଣି ଇଡିକୁ ବ୍ୟବହାର କରାଯାଉଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ।

 ଜୋର ଜବରଦସ୍ତ ବଟି ଆଦାୟ କରିବା ମାମଲାରେ ଆପ୍‌ ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ୨୦୧୬ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଦୁଇ ଜଣ ପ୍ରମୋଟର ଡିଲରଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । 

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମର୍ଥନରେ ଗୁଲାବ ସିଂହ ଏକ ପୋଷ୍ଟ କରିଥିଲେ । ସେ ଏକ୍ସରେ ଲେଖିଥିଲେ ଯେ, ‘ନରେନ୍ଦ୍ର ମୋଦିଙ୍କ ପାଇଁ ଜଣେ ହିଁ କାଳ ଅଛନ୍ତି । ଆଉ ସେ ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।’

 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.