ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ହାତୀ ଆକ୍ରମଣରେ ଜଣେ ଗୁରୁତର, ଧାନ ବିଲ ନଷ୍ଟ

ଜି.ଉଦୟଗିରି, ୨୫/୫ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର କୁରୁ୍ମିଙ୍ଗିଆ ଜଙ୍ଗଲରେ ଗତ ପ୍ରାୟ ଏକ ସପ୍ତାହ ହେଲା ଏକ ୧୮ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ହାତୀ ଆକ୍ରମଣରେ ଗୁରୁବାର ରାତିରେ ନିକଟସ୍ଥ ଗ୍ରାମର ଜଣେ ଆହତ ହୋଇଥିବା ଜଣାପଡିଛି। ଆହତ ଜଣକ ହେଲେ ରେଟୁଡ଼ି ଗ୍ରାମର ଟିକେନ୍ଦ୍ର କୁମାର ପ୍ରଧାନ(୨୫ ବର୍ଷ)। ତାଙ୍କୁ ସ୍ଥାନୀୟ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। 

ସୂଚନାନୁଯାୟୀ, ଗ୍ରାମବାସୀମାନେ ହାତୀ ଘଉଡାଇଵାକୁ ଚେଷ୍ଟା କରୁଥିବା ବେଳେ ହାତୀପଲ ପାଲଟା ଆକ୍ରମଣ କରିଥିଲେ। ଗୋଟିଏ ହାତୀ ଟିକେନ୍ଦ୍ରଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ହାତୀର ଦାନ୍ତ ଟିକେନ୍ଦ୍ରଙ୍କ ମୁଣ୍ଡରେ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  

ଗତ କିଛି ଦିନ ହେବ ଏହି ୧୮ ଟିକିଆ ହାତୀପଲ ଏହି ଅଞ୍ଚଳରେ ଘୂରି ବୁଲୁଛନ୍ତି। ହାତୀପଲ ବ୍ୟାପକ ଜମିରେ ଫସଲ ନଷ୍ଟ କରିଥିବା ଗ୍ରାମବାସୀ କହିଛନ୍ତି। ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହାତୀପଲ ଜଙ୍ଗଲ ଭିତରେ ରହିଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.