ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଟେସ୍‌ଲାର ନିବେଶ ନେଇ ହୋଇପାରେ ବଡ଼ ଘୋଷଣା, ଚଳିତ ମାସ ଭାରତ ଆସୁଛନ୍ତି ଏଲନ୍‌ ମସ୍କ

ନୂଆଦିଲ୍ଲୀ,୧୧/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଭେଟିବା ପାଇଁ ଚଳିତ ମାସ ଭାରତ  ଆସୁଛନ୍ତି ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ।  ଭାରତରେ କମ୍ପାନିର ନିବେଶ ଏବଂ  ଏଠାରେ ଏକ ନୂଆ କାରଖାନା ଖୋଲିବା  ନେଇ ମସ୍କ ବଡ଼ ଘୋଷଣା କରିପାରନ୍ତି  ବୋଲି ଅନୁମାନ କରାଯାଇଛି । ଏପ୍ରିଲ  ୨୨ରୁ ଆରମ୍ଭ ହେଉଥିବା ସପ୍ତାହରେ  ଟେସ୍‌ଲା ମୁଖ୍ୟ ନୂଆଦିଲ୍ଲୀରେ ମୋଦିଙ୍କୁ  ଭେଟିବେ ଏବଂ ଭାରତକୁ ନେଇ  କମ୍ପାନିର ଯୋଜନା ଉପରେ ପୃଥକ  ଭାବେ ଘୋଷଣା କରିବେ ବୋଲି  ବିଶେଷ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ  ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ,  ଚଳିତ ମାସ ଟେସ୍‌ଲା ଟିମ୍‌ ଭାରତ  ଗସ୍ତରେ ଆସି କମ୍ପାନିର ପ୍ରସ୍ତାବିତ  ଇ-ଯାନ ୟୁନିଟ୍‌ ନିମନ୍ତେ ସ୍ଥାନ ଚିହ୍ନଟ  କରିବେ । ପ୍ରକାଶଯୋଗ୍ୟ, ଭାରତରେ  କମ୍ପାନି ପ୍ରାୟ ୨୦୦ କୋଟି ଡଲାର  ନିବେଶ କରିବାକୁ ଯୋଜନା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.