ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୪ କୋଟିର ଘରେ ରହନ୍ତି ଏଲ୍‌ଭିଶ, ଜାଣନ୍ତୁ ତାଙ୍କର ବିଳାସବହୁଳ ଜୀବନଶୈଳୀ ବିଷୟରେ

ମୁମ୍ବାଇ ୧୮/୦୩ : ସାପ ବିଷ ତସ୍କରି ମାମଲାରେ ୟୁଟ୍ୟୁବର ଏଲ୍‌ଭିଶ ଯାଦବ ରବିବାର ଗିରଫ ହୋଇଛନ୍ତି । ତେବେ ତାଙ୍କର ବିଳାସବହୁଳ ଜୀବନଶୈଳୀ ସଂପର୍କରେ ଜାଣିଲେ ଆପଣଙ୍କର ଆଖି ଖୋସି ହୋଇଯିବ । ହରିଆଣା ଗୁରୁଗ୍ରାମର ବାସିନ୍ଦା ଏଲ୍‌ଭିଶ ୨୦୧୬ରେ ନିଜର ୟୁଟ୍ୟୁବ୍‌ ଯାତ୍ରା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ସୋସିଆଲ୍‌ ମିଡିଆ ଷ୍ଟାର ହୋଇଥିବାବେଳେ ୟୁଟ୍ୟୁବ୍‌ ଜରିଆରେ ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ପାଖରେ ଗୁରୁଗ୍ରାମର ପ୍ରମୁଖ ଅଞ୍ଚଳରେ ଏକ ବଡ଼ ଘର ସହିତ ଅନେକ ଦାମୀ କାର୍‌ ରହିଛି । 

ଏଲ୍‌ଭିଶଙ୍କ ନାମରେ ଗୁରୁଗ୍ରାମର ବଜିରାବାଦ ଅଞ୍ଚଳରେ ଏକ ୪ ମହଲା ଘର ରହିଛି । ସେହି ଘରର ଦାମ୍‌ ୧୨-୧୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ସେଥିରେ ୧୬ଟି ବେଡ୍‌ରୁମ୍‌ ରହିଛି । ଗୁରୁଗ୍ରାମସ୍ଥିତ ଘରକୁ ଛାଡ଼ି ଦୁବାଇରେ ବି ଏଲ୍‌ଭିଶଙ୍କର ଏକ ଘର ଅଛି । ତାର ମୂଲ୍ୟ ପ୍ରାୟ ୮ କୋଟି । ୟୁଟ୍ୟୁବ୍‌ ବ୍ୟତୀତ ଏଲ୍‌ଭିଶ ଇନ୍‌ଷ୍ଟାଗ୍ରାମ ଓ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରୁ ବି ଟଙ୍କା ରୋଜଗାର କରିଥାନ୍ତି । ଗୋଟିଏ ଗୋଟିଏ ଭିଡିଓ ଲାଗି ତାଙ୍କୁ ପ୍ରାୟ ୪-୬ ଲକ୍ଷ ଟଙ୍କା ମିଳିଥାଏ । 

ସେହିପରି ବିଗ୍‌ ବସ୍‌ ଓଟିଟିରେ ସାମିଲ ହେବା ଲାଗି ତାଙ୍କୁ ୧୫-୨୦ ଲକ୍ଷ ଟଙ୍କା ଓ ଜିତିବାଯୋଗୁ ୨୫ ଲକ୍ଷ ଟଙ୍କା ମିଳିଥିଲା । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୪୦ କୋଟି ହେବ ବୋଲି କୁହାଯାଉଛି । ଦାମୀ କାର୍‌କୁ ପସନ୍ଦ କରୁଥିବା ଏଲଭିଶ୍‌ଙ୍କ ପାଖରେ ୧.୪୧ କୋଟି ଟଙ୍କାର ପୋର୍ସେ ୭୧୮ ବକ୍ସଷ୍ଟର ରହିଛି । ଏହାଛଡ଼ା ହ୍ୟୁଣ୍ଡାଇ ଭର୍ନା, ଟୟୋଟା ଫର୍ଚୁନର ଭଳି ଅନ୍ୟ ବିଳାସବହୁଳ କାର୍‌ ବି ଅଛି । ଏଲ୍‌ଭିଶ ନିଜର ଏକ ପୋଷାକ ବ୍ରାଣ୍ଡ ମଧ୍ୟ ଲଞ୍ଚ କରିଛନ୍ତି । ସେହି ବ୍ରାଣ୍ଡ ଜରିଆରେ ବେଶ୍‌ ମୋଟାଅଙ୍କର ଅର୍ଥ ରୋଜଗାର କରିଥାନ୍ତି ସେ । ଏହାଛଡ଼ା ସୋସିଆଲ ମିଡିଆରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବାରୁ ବିଜ୍ଞାପନ, ହୋଟେଲ ପ୍ରମୋଶନ୍‌ ଜରିଆରେ ବି ସେ ଟଙ୍କା ପାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.