ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମହୁଆ ମୋଇତ୍ରାଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଏଥିକ୍ସ କମିଟିର ଅନୁମୋଦନ, ଜାଣନ୍ତୁ ସପକ୍ଷରେ ଓ ବିପକ୍ଷରେ କେ​‌ତେ ଖଣ୍ଡ ମିଳିଲା ଭୋଟ୍‌ ?

ନୂଆଦିଲ୍ଲୀ,୯।୧୧:  ପ୍ରଶ୍ନ ବଦଳରେ ଟଙ୍କା ନେଇଥିବା ଅଭିଯୋଗରେ ଏଥିକ୍ସ କମିଟି ଗୁରୁବାର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଏକ ରିପୋର୍ଟ ଆଡପ୍ଟ କରିଛନ୍ତି। ଏହି ରିପୋର୍ଟରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିଶ କରାଯାଇଛି। ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଥିବା ଆଚାର କମିଟି(ଏଥିକ୍ସ କମିଟି) ର ଗୁରୁବାର ବୈଠକ ହୋଇଛି। ଏହି ବୈଠକରେ ରିପୋର୍ଟ ଗ୍ରହଣ କରାଯାଇଛି। ଏହା ପକ୍ଷରେ ୬ସଦସ୍ୟ ଓ ବିରୋଧରେ ୪ ସଦସ୍ୟ ଥିଲେ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ଓ କଂଗ୍ରେସ ସାଂସଦ ପରିଣିତି କୌର ରିପୋର୍ଟକୁ ସମର୍ଥନ କରି ଭୋଟ ଦେଇଛନ୍ତି। ଅମରିନ୍ଦର ସିଂହ ଏବେ କଂଗ୍ରେସରେ ନାହାନ୍ତି।

ଉଲ୍ଲେଖନୀୟ ଯେ, କମିଟିରେ ୧୫ ସଦସ୍ୟ ଅଛନ୍ତି। ଏଥିରେ ବିଜେପିର ୭, କଂଗ୍ରେସର ତିନି ଓ ବିଏସପି, ଶିବସେନା, ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ମାକପା) ଓ ଜନତା ଦଳ (ୟୁନାଇଟେଡ୍)ର ଜଣେ ଜଣେ ସଦସ୍ୟ ରହିଛନ୍ତି। 

ମୋଇତ୍ରାଙ୍କ ଉପରେ ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ପରିଣିତି କୌରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ପଞ୍ଜାବ ସବୁବେଳେ ଭାରତର ଅସ୍ମିତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଠିଆ ହୋଇ ରହିଛି। ଆଜି ପୁଣିଥରେ କ୍ୟାପଟେନ୍ ଅମରିନ୍ଦର ସିଂହ ଓ କଂଗ୍ରେସ ପାର୍ଟିର ସାଂସଦ ପରିଣିତ କୌର ରାଷ୍ଟ୍ରୀୟ ସୁରକ୍ଷା ପାଇଁ କୌଣସି ଡିଲ୍‌ କରି ନାହାନ୍ତି। ଭାରତ ପଞ୍ଜାବର ଯୋଦ୍ଧାଙ୍କ ନିକଟରେ କୃତଜ୍ଞ ରହିଛି ଓ ରହିବ। 

 

Copyright © 2022 - Summa Real Media Private Limited. All Rights Reserved.