ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଡ଼ ବିପଦ! ଫୋନ୍‌ରେ ୯ ଚାପିବା ମାତ୍ରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ, କୋରିଅର କମ୍ପାନୀ ୟୁଜର୍ସଙ୍କୁ କଲା ସତର୍କ

ନୂଆଦିଲ୍ଲୀ,୪।୫:ଅନଲାଇନ୍ ଠକେଇର ବିପଦ ଦିନକୁ ଦିନ ବଢି ଯାଇଛି। ପ୍ରତିଦିନ ସାଇବର କ୍ରାଇମ୍ ଓ ଅନଲାଇନ୍ ସ୍କାମ୍ ସମ୍ପର୍କିତ ଖବର ଆସିବାରେ ଲାଗିଛି।ଏବେ ସାଇବର ଅପରାଧି ଫୋନ୍ କଲ୍‌ ଦ୍ବାରା ୟୁଜର୍ସଙ୍କୁ କରୁଛନ୍ତି ଟାର୍ଗେଟ। କୋରିଅର କମ୍ପାନୀ FedEx ୟୁଜର୍ସଙ୍କୁ ଏଭଳି ସ୍କାମ୍‌ଠାରୁ ସାବଧାନ ରହିବାକୁ କହିଛି। ଆଜିକାଳି ଏଭଳି କ୍ରାଇମ ହେଉଛି, ଯେଉଁଥିରେ ୟୁଜରଙ୍କୁ ନକଲି କଲ୍ କରିବାକୁ କୁହାଯାଉଛି, ତାଙ୍କ ନାଁର ଏକ ବେଆଇନ ଶିପମେଣ୍ଟ ଧରାଯାଇଛି। ମାମଲାର ସମାଧାନ କରିବା ପାଇଁ  ୟୁଜର୍ସଙ୍କୁ FedEx ର କଷ୍ଟମର କେୟାର ସହିତ କନେକ୍ଟ ହେବା ପାଇଁ ଫୋନ୍‌ରେ ୯ ଚାପିବାକୁ କୁହନ୍ତି। ଏଠାରୁ ଆରମ୍ଭ ହୁଏ ସ୍କାମର ଆରମ୍ଭ।

ଫୋନ୍‌ରେ ୯ ଚାପିବା ମାତ୍ରେ ୟୁଜର କଷ୍ଟମର କେୟାର ସହିତ କନେକ୍ଟ ହୋଇଯାଇଥାନ୍ତି।ଏଠାରେ ହ୍ୟାକର ଆପଣଙ୍କୁ FedEx ର ରିପ୍ରେଜେଣ୍ଟେଟିଭ୍ କୁହନ୍ତି ଓ ପୁରା ପ୍ରଫେସନାଲ କଷ୍ଟମର କେୟାର ଏକଜିକ୍ୟୁଟିଭ ଭଳି କଥା ହୋଇଥାନ୍ତି। ଏହାଦ୍ବାରା ୟୁଜର ବଡ ସହଜରେ ସାଇବର କ୍ରିମିନାଲ ଜାଲରେ ଫଶି ଯାଇଥାନ୍ତି ଓ ନିଜର ଡିଟେଲ୍ସକୁ ତାଙ୍କ ସହିତ ସେୟାର କରିଥାନ୍ତି। ଏହି ସ୍କାମ୍‌ରେ ହ୍ୟାକ୍‌ର ଏଆଇର ପୁରା ବ୍ୟବହାର କରନ୍ତି। ଏଆଇର ସାହାଯ୍ୟରେ ହ୍ୟାକର କାହାକୁ ମଧ୍ୟ କଷ୍ଟମର କେୟାର ଏକଜିକ୍ୟୁଟିଭ୍‌ର କଥା ହେବା ଅନ୍ଦାଜକୁ କ୍ଲୋନ୍ କରି ନେଇଥାନ୍ତି ଓ ୟୁଜରଙ୍କୁ ନିଜର ଶିକାର କରୁଛନ୍ତି।

ଏକ୍ସପର୍ଟଙ୍କ କହିବା ଅନୁସାରେ, ହ୍ୟାକରଙ୍କୁ ଫେକ୍ ନୋଟିଫିକେସନ୍ ଓ ଅର୍ଜେଣ୍ଟ ମେସେଜ୍‌ ଉପରେ ମଧ୍ୟ କନଫ୍ୟୁଜ କରନ୍ତି। ମେସେଜ୍‌ରେ ୟୁଜର୍ସଙ୍କୁ ଲୋଭନୀୟ ଅଫର ଓ ସ୍କିମ୍ ବିଷୟରେ କହିଥାନ୍ତି ।ଲୋଭ ଦେଖାଇ ୟୁଜର ମେସେଜ୍ ଓ ନୋଟିଫିକେସନରେ ପଠାଯାଇଥିବା ଭୁଲ ଲିଙ୍କରେ ଟ୍ୟାପ୍‌ କରି ଅଜଣାତରେ ଫୋନ୍‌ରେ ଭାଇରସ୍ ଥିବା ଆପ୍‌କୁ ଇନଷ୍ଟଲ କରିନେଇଥାନ୍ତି। ଏହି ଆପ୍ ଜରିଆରେ ହ୍ୟାକ୍‌ର ୟୁଜରଙ୍କ ଡିଭାଇସ୍‌କୁ ଆକ୍ସେସ କରି ସେଥିରେ ଥିବା ଡିଟେଲକୁ ଆକ୍ସେନ କରିନେଇଥାନ୍ତି। ଚିନ୍ତାର କଥା ହେଉଛି ଏହାଦ୍ବାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.