ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ବିସ୍ଫୋରଣରେ କମ୍ପିଲା ସ୍ଥାନ ... ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ମୁରାଦାବାଦ – ମୁରାଦାବାଦର କାଶିପୁରା ହାଇୱେରେ ଶନିବାର ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲପିଜି ସିଲିଣ୍ଡର ବୋଝେଇ ଏକ ଟ୍ରକ୍‌ରେ ନିଆଁ ଲାଗି ଯାଇଛି। ଏଥିରେ ପୂରା ଅଞ୍ଚଳରେ ବିସ୍ଫୋରଣ ସୃଷ୍ଟି ହୋଇଛି। ଥାନା ଡିଲାରୀ ଅଞ୍ଚଳର ଗାଁ ସିଡାବଲି ନିକଟରେ ଦ୍ୱିପ୍ରହର ପାଖାପାଖି ୧.୩୦ଟି ସମୟରେ ଦୁର୍ଘଟଣାଟି ଘଟିଛି। ଟ୍ରକ୍‌ରୁ ବାହାରୁ ଥିବା ସ୍ପାର୍କିଂରେ ନିଆଁ ଲାଗି ଯାଇଛି। ଚାହୁଁ ଚାହୁଁ ପୂରା ଟ୍ରକଟି ନିଆଁ ଘେରକୁ ଚାଲି ଯାଇଥିଲା। ଡ୍ରାଇଭର ଓ ହେଲପର କିଛି କରିବା ପୂର୍ବରୁ ସିଲିଣ୍ଡରରେ ବିସ୍ଫୋରଣ ଆରମ୍ଭ ହୋଇ ଥିଲା। ଧମାକା ଶୁଣି ଆଖପାଖର ଲୋକେ ଦୋକାନ ଛାଡ଼ି ଦୂରକୁ ଚାଲି ଯାଇଛନ୍ତି। ଅନେକ ଦୂର ଯାଏ ସିଲିଣ୍ଡର ଫାଟିବାର ଶବ୍ଦ ଶୁଣାଯିବା ସହ ଏହା ଉପରକୁ ଉଠିଯାଇ ଖୁବ୍‌ ଦୂରରେ ପଡ଼ିଛି। 

ସୂଚନା ମିଳିବା କ୍ଷଣି ଖୁବ୍ ପୁଲିସ ଫୋର୍ସ ପହଞ୍ଚିଛନ୍ତି ଏବଂ ହାଇୱେର ଉଭୟ ପାର୍ଶ୍ୱରେ ପାଖାପାଖି ୪ କିଲୋମିଟର ଦୂର ଯାଏ ଟ୍ରାଫିକ୍‌କୁ ରୋକି ଦିଆ ଯାଇଛି। ପୂରା ସିଡାବଲି ଗାଁରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି। କିଛି ଲୋକ ଘର ଭିତରୁ ଆଉ ବାହାରକୁ ବାହାରି ନାହାନ୍ତି। ବର୍ତ୍ତମାନ ପୁଲିସ ପାଖରେ କାହାର ହତାହତର ସୂଚନା ପହଞ୍ଚି ନାହିଁ। ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଛି , କିନ୍ତୁ ବହୁ ସମୟ ଯାଏ ନିଆଁ କମିବାକୁ ନେଇ ଅପେକ୍ଷା କରାଯାଇଛି। 

କୁହାଯାଉଛି କି ଟ୍ରକ୍‌ ଦିଲ୍ଲୀରୁ ଆଇଜିଏଲ ଫ୍ୟାକ୍ଟ୍ରି କାଶୀପୁର ବାଜପୁର ରୋଡ୍‌ରେ ଯାଉଥିଲା। ଟ୍ରକ୍‌ରେ ୪୦୦ଟି ସିଲିଣ୍ଡର ଲଦା ହୋଇଥିଲା। ଟ୍ରକକୁ ନେଇ ଡ୍ରାଇଭର ଗୁଲଡିଆ ଓ ସିଡାବଲି ମଧ୍ୟରେ ଥିବା ହାଇୱେ ପାଖରେ ରଖିଥିଲା। ଏହି ସମୟରେ ୱାୟରିଂରୁ ବାହାରୁ ଥିବା ସ୍ପାର୍କରୁ ନିଆଁ ଲାଗି ଥିଲା। ଏହାପରେ ନିଆଁ ଟ୍ରକ୍‌ର ଟାୟାରରେ ଲାଗି ଯାଇଥିଲା। ପୂରା ଟ୍ରକ୍‌ଟି ଯେତେବେଳେ ଜଳିବାକୁ ଆରମ୍ଭ କଲା ତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.