ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେବ୍ରୁଆରୀ ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଆରମ୍ଭ ହେବ ‘ଆସ ପଢ଼ିବା' ଅଭିଯାନ

ଭୁବନେଶ୍ୱର,୨୬/୦୧: ପ୍ରଥମ  ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଆଉ  ମାତ୍ର ୮ଦିନ । ଏହି ଅବସରରେ  ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି  ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ  ପଠନ ଆନ୍ଦୋଳନ ସୃଷ୍ଟି କରାଯିବ ।  ଆରମ୍ଭ ହେବ ‘ଆସ ପଢ଼ିବା’ ଅଭିଯାନ ।  ଭୁବନେଶ୍ୱର ଜନତା ମଇଦାନରେ  ହେବାକୁ ଥିବା ଏହି ସମ୍ମିଳନୀ  ସ୍ଥଳୀର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ  ପାଠାଗାର ବ୍ୟବସ୍ଥା କରାଯିବ । ଏକ  ବସ୍‌ରେ ଉପାଦେୟ ପୁସ୍ତକମାନ  ରଖାଯାଇ ଭ୍ରାମ୍ୟମାଣ ଲାଇବ୍ରେରୀ  ପ୍ରତିଷ୍ଠା କରାଯିବ । ସେହିଭଳି ୫ଟି  ପାଠାଗାର ଗାଡ଼ି ରହିବ । ଏଥିନିମନ୍ତେ  

ଭୁବନେଶ୍ୱରର ବକୁଳ ଫାଉଣ୍ଡେସନ୍‌  ପକ୍ଷରୁ ବୈଷୟିକ ସହଯୋଗ ପ୍ରଦାନ  କରାଯିବ । ସେହିଭଳି ମହାପୁରୁଷଙ୍କ  ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା  ଥାଇ ବୁକ୍‌ମାର୍କ ପ୍ରତ୍ୟେକ ପୁସ୍ତକରେ  ରହିବ । ତିନିଦିନ ଧରି ସମ୍ମିଳନୀରେ  ଆଗନ୍ତୁକମାନେ ଏହା ପାଖରୁ ଦେଖିବା  ସହ ପଢ଼ିବାର ସୁଯୋଗ ପାଇବେ । 

ସେହିଭଳି ପଠନ ଅଭ୍ୟାସ ବୃଦ୍ଧି,  ରାଜ୍ୟର ଭାଷା, କଳା, ସଂସ୍କୃତି ଓ  ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ  ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ  ପକେଟ୍‌ ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯିବ ।  ଏଥିରେ ମହାପୁରୁଷମାନଙ୍କ ଉପାଦେୟ  ବାର୍ତ୍ତା ରହିବ । ପଠନ ଅଭ୍ୟାସକୁ ଆହୁରି  ମଜାଦାର କରିବାକୁ ଏକ ଡାଏରୀ ମଧ୍ୟ  ରହିବ । ଏକ ପୁସ୍ତକ ପଠନ ବେଳେ  କ’ଣ ଶିଖିବାକୁ ମିଳିଲା, କେଉଁ  ପାରାଚ୍ଛେଦ ମନକୁ ଛୁଇଁଲା, ପୁସ୍ତକର  କେଉଁ ପୃଷ୍ଠା ପର୍ଯ୍ୟନ୍ତ ପଢ଼ିବା ଶେଷ  ହାଇଛି ଏସବୁ ସମ୍ପର୍କରେ ଉଲ୍ଲେଖ  କରିବାର ସ୍ଥାନ ରହିବ । ସେହିଭଳି ଏକ  କ୍ୟାଲେଣ୍ଡର ମଧ୍ୟ ଏହି ଅବସରରେ  ଦେଖିବାକୁ ମିଳିବ । ବିଭିନ୍ନ ପ୍ରସିଦ୍ଧ  ବ୍ୟକ୍ତିବିଶେଷ ଏବଂ ମହାପୁରୁଷଙ୍କ ଜନ୍ମ  ମାସକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯିବ ।  ଏଥିରେ ତାରିଖ ସହ ଉପାଦେୟ ବାର୍ତ୍ତା  ଉଲ୍ଲେଖ ରହିବ । ଉଲ୍ଲେଖଯୋଗ୍ୟ,  ଏହି ସମ୍ମିଳନୀ ଫେବ୍ରୁଆରୀ ୩ରୁ  ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.