ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଣ୍ଣାଟକ ଯୌନ କେଳେଙ୍କାରୀ: ପ୍ରଜ୍ଜ୍ବଳ ରେବନ୍ନାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ

ବେଙ୍ଗାଲୁରୁ,୧୦/୦୬: କର୍ଣ୍ଣାଟକ କୋର୍ଟ ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କୁ ଜୁନ୍ ୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ଅଶ୍ଳୀଳ ଭିଡିଓ ମାମଲାରେ ଜଡ଼ିତ ଥିବା ରେବନ୍ନାଙ୍କୁ ମେ ୩୧ ରେ ପୋଲିସ ଗିରଫ କରିଥିଲା। କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲା ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ପ୍ରଜ୍ଜ୍ବଳଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ତେବେ ଘଟଣା ପରେ ବିଦେଶ ପଳାଇ‌ଥିବା ପ୍ରଜ୍ଜ୍ବଳ ଯେତବେଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କଲେ, ସେତେବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା। ସୋମବାର ଏହି ମାମଲାର ଅନୁସନ୍ଧାନ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ରେବନ୍ନାଙ୍କୁ ଅଧିକ ରିମାଣ୍ଡ ମାଗି ନାହିଁ। 

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଜ୍ଜ୍ବଳ ରେବନ୍ନା ଚର୍ଚ୍ଚାକୁ ଆସିଥିଲେ। ଏହାରି ଭିତରେ ହିଁ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ଅନୁସନ୍ଧାନ ପାଇଁ ଏକ ଏସଆଇଟି ଗଠନ କରିଥିଲେ। ଏସଆଇଟି ପ୍ରଜ୍ଜ୍ବଳଙ୍କୁ ଡକାଇଥିଲା କିନ୍ତୁ ସେ ତଦନ୍ତରେ ସହଯୋଗ କରିନଥିଲେ, ବରଂ ବିଦେଶ ପଳାଇଥିଲେ। ପାରିବାରିକ ତଥା ରାଜନୈତିକ ଚାପ ବଢ଼ିବା ପରେ ରେବନ୍ନା ମେ ୩୧ ରେ ଭାରତ ଫେରିଥିଲେ, ଏହା ପରେ ଏସ୍‌ଆଇଟି ତାଙ୍କୁ ତୁରନ୍ତ ଗିରଫ କରିଥିଲା।

ଜୁନ୍‌ ୨୪ ତାରିଖ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ ପ୍ରଜ୍ଜ୍ବଳ:

ଏହା ପରେ ଏସଆଇଟି ରେବନ୍ନାଙ୍କୁ କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଥିଲେ। ଏହା ପରେ ରେବନ୍ନଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବାକୁ କୋର୍ଟରେ ଦାବି କରିଥିଲେ। ଏହି ଦାବିକୁ ଗ୍ରହଣ କରି କୋର୍ଟ ରେବନ୍ନାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ତେବେ ସୋମବାର ହେପାଜତ ଅବଧି ଶେଷ ହେବା ପରେ ପୋଲିସ ପୁଣି ଥରେ ରେବନ୍ନାଙ୍କୁ କୋର୍ଟରେ ଉପସ୍ଥାପନ କରିଥିଲା। ଯେଉଁଠାରୁ ତାଙ୍କୁ ଜୁନ୍ ୨୪ ପର୍ଯ୍ୟନ୍ତ ପୁଣି ଥରେ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.