ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଗଞ୍ଜେଇ ଭର୍ତ୍ତି ଟ୍ରଲି ସହ ଯୁବକ ଗିରଫ

Published By : Prameya | February 24, 2024 10:20 PM

ଵ୍ରହ୍ମପୁର,୨୪/୨ (ବ୍ୟୁରୋ): ସରକାରୀ ରେଳବାଇ ପୋଲିସ (ଜିଆରପି) ଵ୍ରହ୍ମପୁର ରେଳଷ୍ଟେସନରୁ ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ କାବୁ କରିଥିଲା । ତାଙ୍କ ଠାରୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଜବତ କରିଛି । ବ୍ୟାଗରେ ୨୩ କେଜି ୧୦୦ ଗ୍ରାମ ଗଞ୍ଜେଇ ରହିଥିଲା । ଗିରଫ ଯୁବକ ଜଣଙ୍କ ଉତ୍ତରପ୍ରଦେଶର ବାଲିଆ ଜିଲା ମନିଆର ଥାନା ଅଞ୍ଚଳର ମୁକେଶ କୁମାର ପଟେଲ(୨୭) । ଶନିବାର ତାଙ୍କୁ ମାମଲା ନମ୍ବର ୧୫/ ୨୪ ରେ କୋର୍ଟ ଚାଲାଣ କରାଯାଇଛି । ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ଆଣି ଟ୍ରେନ ଯୋଗେ ତାମିଲନାଡୁ ଚାଲାଣ ପାଇଁ ଯୋଜନା କରିଥିବା ସ୍ୱୀକାର କରିଛି । ସେ ଜଣେ ପେଷାଦାର ଅପରାଧୀ ଅଟନ୍ତି । ତାଙ୍କ ନାମରେ ତାମିଲନାଡୁ, ମୁମ୍ବାଇ ଓ ଉତ୍ତରପ୍ରଦେଶରେ ଅନେକ ମାମଲା ରହିଥିବା ଜିଆରପି ପୋଲିସ କହିଛି । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତ୍ର ଵ୍ରହ୍ମପୁର ରେଳଷ୍ଟେସନ  ପ୍ଲାଟଫର୍ମ -୪ ରେ ଜଣେ ଯୁବକ ସନ୍ଧେହ ଜନକ ଅବସ୍ଥାରେ ଛିଡା ହୋଇଥିବା ପେଟ୍ରୋଲିଂ କରୁଥିବା ପୋଲିସ ଦେଖିବାକୁ ପାଇଥିଲା। ସେ ଧରିଥିବା ବ୍ୟାଗ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡିଥିଲା। ଥାନାକୁ ଆଣି ପୋଲିସ ତାଙ୍କୁ ଜେରା ବେଳେ ସେ ଗଜପତି ଜିଲାରୁ ଗଞ୍ଜେଇ ଆଣି ଟ୍ରେନରେ ଚାଲାଣ କରିଥାନ୍ତେ। ଏଣୁ ସେ  ପ୍ଲାଟଫର୍ମରେ ହାବଢା-ତିରୁଚିନାପଲି ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିଥିଲେ ବୋଲି ପୋଲିସକୁ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.