ପ୍ରମୁଖ ଖବର
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଗାଜାରେ ଭୋକର ରାଜୁତି: ସମୁଦ୍ରରୁ ଖାଦ୍ୟ ପ୍ୟାକେଟ ଆଣିବାକୁ ଯାଇ ୧୮ ମୃତ

ଗାଜା ସିଟି,୨୮/୦୩: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ୨୩ ଲକ୍ଷ ଜନସଂଖ୍ୟାର ଗାଜାରେ ଏକେ ଭୋକର ରାଜୁତି ।  ଭୟଙ୍କର ଖାଦ୍ୟସଙ୍କଟ ଭିତରେ ଦିନ କାଟୁଛନ୍ତି ଗାଜାବାସୀ ।  ପାଣି ବୁନ୍ଦେ, ଖାଦ୍ୟ ଟିକିଏ ପାଇଁ ନିଜ ଜୀବନ ବି ବାଜିରେ ଲଗାଉଛନ୍ତି । ଯୁଦ୍ଧରୁ ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧଭୂମିରୁ  ଦୂରେଇ ଥିଲେ ବି ଭୋକ କବଳରୁ ପ୍ରାଣ ରକ୍ଷା କରିବା ଆହୁରି କଷ୍ଟକର ହୋଇପଡ଼ିଛି ସେମାନଙ୍କ ପାଇଁ । ମଙ୍ଗଳବାର ଘଟିଥିବା  ହୃଦୟ ବିଦାରକ ଦୃଶ୍ୟ ଏହାର ଜ୍ୱଳନ୍ତ ଉଦାହରଣ । ଉତ୍ତର  ଗାଜାରୁ ବେଟ୍‌ ଲାହିୟାରେ ବିମାନ ଯୋଗେ ଖାଦ୍ୟ ପ୍ୟାକେଟ  ପକା ଯାଉଥିବାବେଳେ ତାହା ସମୁଦ୍ରରେ ପଡ଼ିଥିଲା । ସେହି  ପ୍ୟାକେଟ ପାଇବା ଉଦ୍ୟମ ବେଳେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ସମୁଦ୍ରରେ ବୁଡ଼ି ଯାଇଥିବାବେଳେ ୬ ଜଣ ଦଳାଚକଟାରେ ପ୍ରାଣ ହରାଇଛନ୍ତି । 

ସୂଚନା  ଅନୁସାରେ, ଆମେରିକା ପକ୍ଷରୁ ଗାଜାକୁ ୮୦ ବଣ୍ଡଲ ଖାଦ୍ୟ ପଠାଯାଇଥିଲା । ପାରାସୁଟ୍‌ ଯୋଗେ ତାହାକୁ ଆକାଶମାର୍ଗରୁ ଗାଜାରେ ପକାଯିବାର ଥିଲା । କିନ୍ତୁ ୩ ଖାଦ୍ୟ ବଣ୍ଡଲରେ ଲାଗିଥିବା ପାରାସୁଟ୍‌ରେ ତ୍ରୁଟି ଦେଖାଯାଇଥିଲା । ଫଳରେ ୩ଟି  ଯାକ ବଣ୍ଡଲ୍‌ ସମୁଦ୍ରରେ ଖସିପଡ଼ିଥିଲା । ତେବେ ପାଣି ଭିତରୁ ସେହି ଖାଦ୍ୟ ଗୋଟାଇଆଣିବାକୁ ଗାଜାବାସୀଙ୍କ ମଧ୍ୟରେ ଧାଁଦୌଡ଼  ଲାଗିଥିଲା । ଅନେକେ ସମୁଦ୍ର ଭିତରକୁ ପଶିଯାଇଥିଲେ । 

ଏ  ନେଇ ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି, ବିମାନ ଯୋଗେ ରିଲିଫ୍‌ ସାମଗ୍ରୀ ବଣ୍ଟନ ଫଳପ୍ରଦ ହେଉନାହିଁ । ତାହାକୁ  ତୁରନ୍ତ ବନ୍ଦ କରିଦେବା କଥା । ସହାୟତା ଏଜେନ୍ସିଗୁଡ଼ିକର  କହିବା ଅନୁସାରେ, ଗାଜା ପାଇଁ ବାହାରୁ ଆସୁଥିବା ଜରୁରି ସାମଗ୍ରୀର କେବଳ ଏକ ପଞ୍ଚମାଂଶ ହିଁ ପହଞ୍ଚିପାରୁଛି ।  ଇସ୍ରାଏଲ ପକ୍ଷରୁ ଆକାଶମାର୍ଗ ଏବଂ ସ୍ଥଳଭାଗରେ ଆକ୍ରମଣ  ଜାରିରହିଛି । ଏଥିଯୋଗୁ ଗାଜା ଛାରଖାର ହୋଇଯାଇଛି । ଗାଜାର  କେତେକ ସ୍ଥାନରେ ଅକାଳ ସ୍ଥିତି ସୃଷ୍ଟି ହୋଇଛି । ଜାତିସଂଘରେ  ପାଲେଷ୍ଟାଇନର ସ୍ୱତନ୍ତ୍ର ରାଷ୍ଟ୍ରଦୂତର ଫ୍ରାନ୍ସେସ୍‌କୋ ଆଲ୍‌ବାନିଜ୍‌  କହିଛନ୍ତି, ଗତ ୫ ମାସ ଭିତରେ ଇସ୍ରାଏଲ ଗାଜା ଉପରେ  ୨୫ ହଜାର ଟନ୍‌ର ବିସ୍ଫୋରକ ବ୍ୟବହାର କରିଛି, ଯାହା କି  ଦୁଇ ପରମାଣୁ ବୋମା ସହ ସମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.