ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ତୁର୍କିଏ ଆକାଶରେ ମହାଜାଗତିକ ଦୃଶ୍ୟ ଦେଖି ଲୋକେ ଭୟଭୀତ, ଭାଇରାଲ୍‌ ହେଉଛି ଭିଡିଓ

Image Courtesy: Social Media

ଅଙ୍କାରା: ତୁର୍କିଏ ଆକାଶରେ ମହାଜାଗତିକ ଦୃଶ୍ୟ ଦେଖି ଲୋକେ ଭୟଭୀତ । ରାତିର ଅନ୍ଧାରରେ ତୁର୍କିଏ ଆକାଶରେ ଏକ ଜ୍ବଳନ୍ତ ପିଣ୍ଡ ଦେଖିବାକୁ ମିଳିଥିଲା । ଏପରିକି ଅନ୍ଧକାର ରାତି ଆଲୋକିତ ହୋଇଯିବା ସହ ଦିନର ଭ୍ରମ ସୃଷ୍ଟି କରିଥିଲା । କେତେକ ମିଡିଆ ରିପୋର୍ଟରେ ଏହାକୁ ଉଲ୍‌କା ପିଣ୍ଡ ବୋଲି କୁହାଯାଉଛି । ହଠାତ ଆକାଶରେ ଏଭଳି ଦୃଶ୍ୟ ଦେଖି ଲୋକେ ଆଶ୍ବର୍ଯ୍ୟ ହେବା ସହ ଏହାକୁ ମୋବାଇଲ ଫୋନ୍‌ କ୍ୟାମେରାରେ କଏଦ କରି ନେଇଛନ୍ତି । ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । 

ଭିଡିଓରେ ଦେଖିବାକୁ ମିଳିଛି ଯେ, ହଠାତ ତୁର୍କିଏ ଆକାଶରେ ସବୁଜ ଆଲୋକ ଗତି କରୁଛି । କିନ୍ତୁ ଏହାକୁ ନେଇ ସରକାରୀ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ଏହା ଉଲ୍‌କା ପିଣ୍ଡ ବୋଲି ଦାବି ହୋଇଛି ।  ବିଶେଷଜ୍ଞଙ୍କ ଅନୁସାରେ ଧୂମକେତୁ ଏବଂ ଆଷ୍ଟ୍ରଏଡ୍‌ର ଅଂଶବିଶେଷ ଉଲ୍‌କା ପିଣ୍ଡ । ପୃଥିବୀର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ପରେ ଏହା ଜଳିଉଠେ । କେବେ କେବେ ଏହି ଉଲକା ଆଷ୍ଟ୍ରଏଡ୍‌ ବେଲ୍ଟରୁ ତ ଆଉ କେତେବେଳେ ମଙ୍ଗଳ ଏବଂ ଚନ୍ଦ୍ରମା ସହ ଧକ୍କା ହୋଇ ପୃଥିବୀ ଆଡ଼କୁ ଖସିଥାଏ । 

ଅତୀତରେ ଅନେକ ଉଲ୍‌କା ପିଣ୍ଡ ପୃଥିବୀ ପୃଷ୍ଠରେ ପଡ଼ିଛି।   କିନ୍ତୁ ବାୟୁମଣ୍ଡର ସହ ଘର୍ଷଣ ହୋଇ ଜଳିଯିବା ପରେ ଏହା ସାମାନ୍ୟ ପଥରରେ ପରିଣତ ହୋଇଯାଏ । ଏଥିରେ ଅନେକ ପ୍ରକାର ଧାତୁ ମଧ୍ୟ ମିଳିଥାଏ ।   ବୈଜ୍ଞାନିକଙ୍କ ମତରେ ମଙ୍ଗଳ ଗ୍ରହରେ ସବୁଠୁ ଅଧିକ ଉଲଗାପିଣ୍ଡ ପଡ଼ିଥାଏ । ନାସା ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ, ମଙ୍ଗଳ ଗ୍ରହରେ ପ୍ରତିଦିନ ବାସ୍କେଟ ବଲ୍‌ ଆକାରର ଉଲକାପିଣ୍ଡ ପଡ଼ୁଛି । ଉଲକାପିଣ୍ଡ ପଡ଼ିବା ଦ୍ବାରା ଗ୍ରହରେ ୮ ମିଟର ଚଉଡ଼ାର ଗର୍ତ୍ତ ତିଆରି ହୋଇଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.