ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୋଟରଙ୍କ ପାଇଁ ଭଲ ପାଗ, ବର୍ଷା ହେବନି... କିନ୍ତୁ ଥଣ୍ଡା ରହିବ ପାଗ

ଭୁବନେଶ୍ୱର, ୨୫/୦୫ : ଶନିବାର ମତଦାନ ପାଇଁ ଭଲ ପାଗ ରହିଛି । ଭୋଟରଙ୍କୁ ଖରା ବା ତାତି ଆଦୌ ବାଧିବନି । ଅପେକ୍ଷାକୃତ ଥଣ୍ଡା ପାଗ ରହିଛି । ଭୁବନେଶ୍ୱର, ପୁରୀ, କଟକ ଓ ଢେଙ୍କାନାଳ ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୫ ଡିଗ୍ରୀ ସେଲସିୟସ୍‌ ଟପିବନି । ସମ୍ବଲପୁର ଓ କେନ୍ଦୁଝରରେ ବି ତାତି ୩୭ ଡିଗ୍ରୀ ରହିବ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । 

ଶନିବାର ଭୁବନେଶ୍ୱର, ପୁରୀ, କଟକ ଓ ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ତାପମାତ୍ରା କମ୍‌ ରହିବା ଯୋଗୁ ଭୋଟ୍‌ ଦେବାକୁ ଯାଉଥିବା ଲୋକଙ୍କୁ ବାଧିବନି । ଭୁବନେଶ୍ୱରରେ ତାତି ୩୪ ଡିଗ୍ରୀ ରହିବ । ପୁରୀରେ ୩୪, କଟକରେ ୩୪, ଢେଙ୍କାନାଳରେ ୩୬, ସମ୍ବଲପୁର ଓ କେନ୍ଦୁଝରରେ ତାତି ସର୍ବାଧିକ ୩୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ ଓ କଟକର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ୪୦ରୁ ୫୦କିମି ବେଗରେ ପବନ ବହିପାରେ । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ୨୫ ତାରିଖ ମତଦାନ ଦିବସ ଦିନ ଭୁବନେଶ୍ୱର, କଟକ ଓ ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝରରେ ସନ୍ଧ୍ୟା ଯାଏ ପାଗ ଶୁଖିଲା ରହିବ । ପୁରୀରେ ଅପରାହ୍ନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏଠାରେ ତାତି କମିବ । ୨୫ ତାରିଖ ରାତିବେଳା ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨୬ରେ ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଭଦ୍ରକ ଓ ମୟୂରଭଞ୍ଜର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.