ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଗୁଲ୍‌ ସିଇଓଙ୍କ ପସନ୍ଦ ବେଙ୍ଗାଲୁରୁ ଦୋସା; ଦିଲ୍ଲୀର ଛୋଲେ ଭଟୁରେ, ମୁମ୍ବାଇର ପାଓଭାଜି ଅତି ପ୍ରିୟ

ନୂଆଦିଲ୍ଲୀ,୨୦/୦୫: ଗୁଗୁଲ୍‌ ସିଇଓ ସୁନ୍ଦର  ପିଚ୍ଚାଇଙ୍କ ପସନ୍ଦ ହେଉଛି ବେଙ୍ଗାଲୁରୁ ଦୋସା । ଖାଲି ସେତିକି ନୁହେଁ ଦିଲ୍ଲୀର ଛୋଲେ ଭଟୁରେ ଏବଂ ମୁମ୍ବାଇର ପାଓଭାଜି ତାଙ୍କର ଅତି ପ୍ରିୟ । ନିକଟରେ ଏକ ପଡ୍‌କାଷ୍ଟରେ  ପିଚାଇ ନିଜ ପସନ୍ଦର ଭାରତୀୟ ଖାଦ୍ୟ ଏବଂ ଭାରତରେ  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ନିଜ ବିଚାର  ବିନିମୟ କରିବା ଅବସରରେ ଏ ସୂଚନା ଦେଇଛନ୍ତି ।  

ୟୁଟ୍ୟୁବର ବରୁଣ ମୟାଙ୍କ ସହ ପଡ୍‌କାଷ୍ଟରେ ପିଚାଇ ଭାରତୀୟ ନିଯୁକ୍ତି ବଜାର ଉପରେ ଏଆଇ ପ୍ରଭାବକୁ ନେଇ ଆଲୋଚନା କରିବା ସହ ଦେଶର ଇଞ୍ଜିନିୟରମାନଙ୍କୁ ବିଭିନ୍ନ  ପ୍ରକାର ପରାମର୍ଶ ଦେଇଛନ୍ତି । 

ସୁନ୍ଦର ପିଚାଇ ନିଜ ପ୍ରିୟ ଭାରତୀୟ ଖାଦ୍ୟକୁ ନେଇ  କହିଲେ ଯେ, ଯେତେବେଳେ ସେ ବେଙ୍ଗାଲୁରୁରେ ଥାଆନ୍ତି  ଦୋସା ତାଙ୍କର ଅତି ପସନ୍ଦ । ଦିଲ୍ଲୀରେ ଥିଲେ ଛୋଲେ  ଭଟୁରେ ଏବଂ ମୁମ୍ବାଇରେ ପାଓଭାଜି ତାଙ୍କ ପ୍ରିୟ ଖାଦ୍ୟ । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ  ଆଲୋଚନା କରିବା ଅବସରରେ ପିଚାଇ ବିଶ୍ୱ ଏଆଇ  ପରିଦୃଶ୍ୟରେ ଭାରତର ଭୂମିକା ଉପରେ ଜୋର ଦେଇଛନ୍ତି ।  

ତାଙ୍କ କହିବାନୁସାରେ, ଭାରତ ଏହାର ଦକ୍ଷ ଇଞ୍ଜିନିୟରିଂ ପ୍ରତିଭାମାନଙ୍କ ଯୋଗୁ ଏଆଇ ନବସୃଜନରେ ନେତୃତ୍ୱ  ନେବାର କ୍ଷମତା ରଖୁଛି । ସୁନ୍ଦର ପିଚାଇ କହିଲେ ଯେ, ଭାରତ ଭଲ ସ୍ଥିତିରେ ଅଛି । ଏହା ଦେଶ ପାଇଁ ଉପଯୁକ୍ତ ମୁହୂର୍ତ୍ତ । ଦେଶରେ ଡେଭେଲପର, ଇଞ୍ଜିନିୟରିଂ ଟ୍ୟାଲେଣ୍ଟ ଭରପୂର ଅଛନ୍ତି । ଏମାନେ ଭାରତ ତଥା ବିଶ୍ୱ ପାଇଁ ଗୁରୁତ୍ୱ ବହନ କରୁଥିବା ଆପ୍ଲିକେଶନ୍‌ ତିଆରି କରିପାରିବେ ।   

ବିଭିନ୍ନ ବିଷୟର ଗଭୀରତାକୁ ବୁଝିଲେ ହିଁ  ବାସ୍ତବ ସଫଳତା ମିଳିଥାଏ ବୋଲି ପିଚାଇ କହିଛନ୍ତି ।  ଏ ଅବସରରେ ସେ ବଲିଉଡ୍‌ ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ର  ଉଦାହରଣ ଦେଇ କହିଲେ ଯେ, ଏହି ଚଳଚ୍ଚିତ୍ରରେ ଏକ  ଦୃଶ୍ୟ ରହିଛି ଯେଉଁଥିରେ ପ୍ରଫେସର ଅମିର ଖାନଙ୍କୁ  ‘ମୋଟର’ର ସଂଜ୍ଞା ପଚାରୁଛନ୍ତି । ଏହି ସଂଜ୍ଞାର ଦୁଇଟି ଭର୍ସନ  ରହିଛି । ପ୍ରଥମଟି ହେଉଛି ‘ମୋଟର’ କ’ଣ  । ଦ୍ୱିତୀୟଟି  ହେଉଛି ବାସ୍ତବରେ ‘ମୋଟର’ କ’ଣ ତାହାକୁ ବୁଝିବା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.